ପୋଡ଼ ବଲି ସାଙ୍ଗେ ଶେଷ୍ ହେଲା ନିୟମରଜା ପରବ୍
ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ଆଦିବାସୀଙ୍କର ବଜ୍ରଶପଥ

ଲାଞ୍ଜିଗଡ଼;୨୩/୦୨(ମୋରସମୀୟା):ଲାଞ୍ଜିଗଡ଼ର୍ ନିୟମଗିରି ଡ଼ଙ୍ଗର ସିଗା ଧଙ୍ଗରା ବସା ଠାନେ ନିୟମଗିରି ସୁରକ୍ଷା ସମିତି ତରଫନୁ ନିୟମ ରଜାର ବାର୍ଷିକ ପରବ୍ ଶେଷ୍ ହେଇଯାଇଛେ।ଇନ ଜିଲ୍ଲା ଆଉ ରାଜ୍ୟ ବାହାରନୁ ବି ହଜାର୍ ହଜାର୍ ମହିଳା ଆଉ ପୁରୁଷଙ୍କର ସମାଗମ୍ ଦେଖବାକେ ମିଲିଥିଲା।
ଇଠାନେ ନିୟମଗିରି ଆଖର୍ ପାଖର୍ ୧୧୨ନୁ ଅଏତକା ଗାଁର ଝରନିଆ,ଡ଼ଙ୍ଗରିଆ ଆଦିବାସୀ ସାଙ୍ଗେ ଭିନ୍ ଭିନ୍ ସଂଗଠନ୍ ଏ ପରବଥି ସାମିଲ ହେଇକରି ରକତ୍ ଚାଉଳ ଧରି ଆମେ ମରି ଜିମୂ ପଛେ ସିନା ନିୟମଗିରି ଛାଡ଼ବୁ ନାଇଁ ନିୟମଗିରି ପାହାଡକେ ସୁରକ୍ଷା ଦେବାର ଆମର ଦାୟିତ୍ୱ ଆଉ କେନସି ହାଲତରେବି ଇତାକେ ଧ୍ୱଂସ ହେବାକେ ଦିଆନାଇଁ ଯାଏ ବଲି ବଜ୍ରଶପଥ ନେଇଁଥିଲେ ଆଦିବାସୀ ମାନେ। ଇଥିର ପରମ୍ପରା ହିସାବେ ଇ ପରବ୍ କେ ପରତେକ ବରଷ୍ ଫେବୃୟାରୀ ୨୧ ତାରିଖରୁ ୨୩ ତାରିଖ ଯାଏଁ ପାଳନ କରାଯାଉଥିବାର୍ ବେଲେ ଏଇ ପରବ୍ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆରୁ ବେଶଭୁସାରେ ସଜେଇ ହେଇ ଦେବତା ମାନକେ ଆବାହନ କରି ଧରନି ପାଖେ ବାଉଁଶ ପାତିଆ କୂଲାନେ ମତ୍ ରା ଚାଉଳରେ ବନ୍ଦାପନା କରବାପରେ ଆଦିବାସୀ ଡ଼ଙ୍ଗରିଆ,ଝରନିଆ କନ୍ଦ ଭେଣ୍ଡିଆ ପିଲା ମାନେ ଟାଙ୍ଗୀ ଟାଙ୍ଗିଆ ଧରି ନଚାଡେଗା କରବାର ସାଙ୍ଗେ ସାଙ୍ଗେ ସେମାନେ ସକାଲୁ ପୋଡ଼ ବଳି ସାଙ୍ଗେ,ପାରା,କୁକୁଡ଼ା ବଲି ଦେଇଥିଲେ। ଇନ ସ୍ଥାନୀୟ ଆଦିବାସୀଙ୍କର ମତାମତକେ ନେଇଁ କରି ପରିବେଶକେ ଅସୁବିଧାର ମୁହୁଁକେ ଠେଲି ଦେଇ ସରକାର ଏତାକେ ବହୁ ରାଷ୍ଟ୍ରୀୟ କମ୍ପାନୀର ହାତକେ ଟେକି ଦେଇଛନ୍ ତେବେ ଏଠାନେ ଖଣି ଖୋଲା ଗଲେ ଶହଶହ ଆଦିବାସୀ ଡ଼ଙ୍ଗରିଆଙ୍କର ଜୀବନ ଜୀବିକା ନଷ୍ଟ ହେଇ ପଡ଼ବା ସେଥିରପାଇଁ ସଭେ ଏକଜୁଟ ହିକରି ଆନ୍ଦୋଲନ କେ ଉତରବାକେ ପଡବା ନଚେତ୍ ଆମର ଜଲ୍,ଜଙ୍ଗଲ,ଜମି କେ ସରକାର ବହୁ ରାଷ୍ଟୀୟ କମ୍ପାନୀର ହାତରେ ଟେକି ଦେବା ବୋଲି ଉପସ୍ଥିତ ଥିବାର ଆନ୍ଦୋଳନ କାରି ମାନେ ଏପରବ୍ ଅବସରରେ ଆହ୍ବାନ ଦେଇ ନିୟମଗିରୀକେ ସୁରକ୍ଷା ଦେବା ଆମର କର୍ତବ୍ୟ ବୋଲି ମତ ପ୍ରକାଶ ପାଇଛେ।ଇ କାର୍ଯ୍ୟକ୍ରମଥି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା,ଦଧି ପୁଷିକା, ଭୂବନେଶ୍ବର ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନରୁ ନରେନ୍ଦ୍ର ମହାନ୍ତି,ସିପିଆଇ ସଂଜୟ ସୁନାମୀ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଟଙ୍କଧର ଧାରୁଆ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ସଭାପତି ବ୍ରିଟିଶ କୁମାର,ଦାସରୁ କାଡ୍ରାକା,ଲେଲିନ କୂମାର ପ୍ରମୁଖ୍ ନେତୃତ୍ୱ ନେଇଁଥିବାର ବେଲେ ସଂଗ୍ରାମୀ ନେତାଙ୍କର ସାଙ୍ଗେ ସଭେ କର୍ମକର୍ତ୍ତା ମାନେ ଏଇ ଉତ୍ସବଥି ଯୋଗ୍ ଦେଇଥିଲେ।