ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ

ମା ପାଟଣେଶ୍ବରୀ ଙ୍କର୍ ଭୋଗ ମଣ୍ଡପ ଲାଗି ଆସଲା ୨ କୋଟି, ତତ୍କାଳୀନ୍ ଉପ ଜିଲ୍ଲାପାଲ୍ ଙ୍କର୍ ଅନୁରୋଧ ରଖଲା ପର୍ଯ୍ୟଟନ୍ ବିଭାଗ୍।

ଅନୁରୋଧ ରକ୍ଷା କଲେ ନୁଆ ସରକାର୍

ପାଟଣାଗଡ଼;୦୩/୦୩(ମୋର୍ ସମିୟା)ଗଡଜାତ ପାଟଣା ଷ୍ଟେଟ୍ ର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ବରୀ ମନ୍ଦିର ର ଭୋଗ ମଣ୍ଡପ୍ ଲାଗି ପର୍ଯ୍ୟଟନ୍ ବିଭାଗ୍ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ ।
ତତ୍କାଳୀନ ପାଟଣାଗଡର୍ ଉପଜିଲ୍ଲାପାଲ୍ ଶ୍ରୀଯୁକ୍ତ ସୋମନାଥ ପଧାନ ମାଁ ପାଟଣେଶ୍ବରୀ ମନ୍ଦିର୍ ର ଭୋଗ ମଣ୍ଡପ ନାଇଁ ଥିବାର ନୁ ଭକତ୍ ମାନକେ ବଢ଼ା ଅସୁବିଧା ହେଉଥିବାର ଅନୁଭବ କରିଥିଲେ । ସେ ସମିଆଁ ରେ ପର୍ଯ୍ୟଟନ୍ ବିଭାଗ୍ କେ ଚିଠି ଲେଖି ଅର୍ଥ ମଞ୍ଜୁର ଲାଗି ଅନୁରୋଧ୍ କରିଥିଲେ ।
ସରକାର ବଦଲି ଯିବାର ପରେ ନୂଆ ସରକାର ତାଙ୍କର୍ ଅନୁରୋଧ କେ ଗୁରୁତର୍ ଦେଇ କରି ଅର୍ଥ ମଞ୍ଜୁର୍ କରିଥିବାର୍ ଚିଠି ଆସିଛେ। ଇତାର୍ ତଦାରଖ ଆରୁ ଆଲଗା ବ୍ୟବସ୍ଥା ଲାଗି ବଲାଙ୍ଗିର ଜିଲ୍ଲାପାଲ୍ ଙ୍କୁ ଦାୟିତ୍ବ ଦେଇଛନ୍।ସୂଚନା ଅଛେ ଯେ ତତ୍କାଳୀନ୍ ଉପଜିଲ୍ଲାପାଲ୍ ସୋମନାଥ ପଧାନ ଜନେ ଭଗବତ ବିଶ୍ବାସୀ ବ୍ୟକ୍ତିତ୍ବ ହୋଇଥିବାରନୁ ପାଟଣାଗଡ ଉପଖଣ୍ଡ ର ଦେବୋତ୍ତର ବିଭାଗ ଅଧିନ ରେ ଥିବାର୍ ସବୁ ମନ୍ଦିର,ଦେବାଳୟ ମାନଙ୍କର ର ପୁନରୁଦ୍ଧାର କାମ୍, ନୂଆ ମଣ୍ଡପ ନିର୍ମାଣ,ବ୍ୟାରିକେଡ, ମୁଖଶାଳା ଗୁଡିକ ନିଜସ୍ବ ପ୍ରଚେଷ୍ଟା ରେ ବନେଇଥିଲେ ।
ସେ ସମିୟା ରେ ପହେଲା ଥର ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଆରୁ ମା ପାଟଣେଶ୍ବରୀ ଙ୍କର୍ ପ୍ରାସଙ୍ଗିକ ତଥ୍ଯ ୱେବ ସାଇଟ ରେ ସାମିଲ କରିଥିଲେ ଯାହାର୍ ଫଲ୍ ରେ ବାହାରର୍ ପର୍ଯ୍ୟଟକ,ହରିଶଙ୍କର ଏବଂ ମା ପାଟଣେଶ୍ବରୀ ଙ୍କ ବାବଦ୍ ରେ ଅବଗତ ହେବେ ଆରୁ ଦର୍ଶନ କରବାର୍ କେ ଆସବେ ।
ଇ ଖବର ଜନାପଡଲା ପରେ ଶ୍ରୀଯୁକ୍ତ ପଧାନ ଙ୍କୁ ପାଟଣାଗଡ ଅଞ୍ଚଲ୍ ବାସୀ ଙ୍କ ତରଫରୁ ଗୁରଦୁ ରେ ଶୁଭେଚ୍ଛା ଆରୁ ଧନ୍ୟବାଦ ର ସୁଅ ଛୁଟୁଛେ ।ନୁଆ ସରକାର ତାଙ୍କର୍ ଅନୁରୋଧ ରକ୍ଷା କରିଥିବାର୍ ନୁ ମାଲକାନଗିରି ଏଡିଏମ ଶ୍ରୀଯୁକ୍ତ ସୋମନାଥ ପଧାନ ମାନ୍ଯବର ମୂଖ୍ଯମନ୍ତ୍ରୀ ମୋହନ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କୁ ଧନ୍ୟବାଦ ଜନେଇଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!