ବିପଦକେ ହାତ୍ ଠାରି କରି ଡାକୁଛେ କାନକୁଟ୍ରୁ ଗାଁର୍ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍
ବାଡ଼ା ଗୁଟେ କରିଦେବାକେ ଗାଁ ଲୁକର ଦାବୀ

ଲାଞ୍ଜିଗଡ଼,୦୮/୦୩(ମୋରସମୀୟା):ଖୋଲାମେଲା ଅବସ୍ଥାରେ ରହିଛେ କରେଣ୍ଟ୍ ଟ୍ରାନ୍ସଫର୍ମର୍। ସେହି ଟ୍ରାନ୍ସଫରମର୍ ତଲେ ଗୁଟେ ବାଟ୍ ଅଛେ ଯେ’ସେଇ ବାଟ୍ ଦେଇ ଗାଁର ଛୋଟରୁ ବଡ଼ ଅନେକ ଲୁକଙ୍କର ସାଙ୍ଗେ ଗାଁର ଗାଈଗୋରୁ ଆରୁ ଅନେକ ଗୃହପାଳିତ୍ ପଶୁ ପକ୍ଷୀ ଚଲାବୁଲା କରୁଥିବାର୍ ବେଲେ କେତେବେଲେ ଯେ’କାହାର ଜୀବନ୍ ଚାଲିଯାଇପାରେ ଇତାକେ ନେଇଁ ଗାଁର୍ ଲୁକଙ୍କର ମନେ ଗୁଟେ ଡର୍ ରହିଛେ।ଯେତେବେଳେ ଗାଁକେ ଲାଇନ୍ ସଂଯୋଗୀକରଣ କରାଯିବାର୍ ଦିନୁ ଆଏଜ୍ ତକ୍ ହେନ୍ତା ଖୋଲା ମେଲା ଅବସ୍ଥାନେ ରହିଛେ ଟ୍ରାନ୍ସଫରମର୍ ଆଉ ଅତି ତଲକେ ଲାଗି ରହିଛେ ସାର୍କିଟବକ୍ସରୁ ବିଦ୍ୟୁତ୍ ତାର୍ କେବୁଲ୍ ଯେନ୍ଟାକି ବିପଦକେ ହାତ ଠାରି ଡାକୁଛେ ବୋଲି ଗାଁବାସୀଙ୍କର ମତ ପ୍ରକାଶ ପାଉଛେ ।ଏନ୍ତା ଦୁରୁଶ୍ ଟେ ଦେଖ୍ ବାକେ ମିଲିଛେ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତର କାନକୁଟ୍ରୁ ଗାଁ ରାସ୍ତା ମୁଣ୍ଡରେ ଥିବା ଟ୍ରାନ୍ସଫର୍ମର୍।ସୂଚନା ହିସାବରେ ସେଇ ପାଖେ ଗାଈଗୋରୁ ଆଉ ଲୁକେ ଚଲାବୁଲା ହେଉଥିବାର୍ ବେଲେ ସେଇ ଟ୍ରାନ୍ସଫର୍ମର୍ ତଲେ ଥିବାର୍ ବାଟ୍ ଦେଇ ସଭେ ଦିନ୍ ପାଖର୍ ନାଲକେ ଗାଧେଇବାର୍ ପାଇଁ ବେଶୀ କରି ଗାଁର ଛୋଟ୍ ବଡ୍ ମାଁ ବୁହେନ୍ ମାନେ ଯାଇଥିସନ୍। ତେଣୁ ହୁଏତ କେତେବେଲେ କାହାର ଜୀବନ ଯେ’ଚାଲିଯିବା ସେଥିରପାଇଁ ଗାଁବାସୀ ଆଶଙ୍କାନେ ରହିଆସୁଛନ୍ ସେଥିର୍ ପାଇଁ ଯଥା ସମ୍ଭବ ଗୁଟେ ବାଡ଼ା ବନେଇଦେବାର୍ ସାଙ୍ଗେ ସର୍କିଟବକ୍ସକେ ବି ଭଲ କରି ସଜେଇ ଦେବାର୍ ଲାଗି ବୋଲି ଗାଁର୍ ନୀଳକଣ୍ଠ ମାଝୀ ଦାବୀ କରିଛନ୍। କେବଲ୍ କାନକୁଟ୍ରୁ ଗାଁର ନୁହେଁ ଆଦିବାସୀ ଉପାନ୍ତ ଅଞ୍ଚଲର କାନକୁଟ୍ରୁ ପଞ୍ଚାୟତ୍ ସାଙ୍ଗେ ବନ୍ଧପାରି,ବେଡ଼ାଗାଁ, କୁମଖାଲ୍ ପଞ୍ଚାୟତର ଭିନ୍ ଭିନ୍ ଗାଁ ରହିଛେ ଯେନକି ଆଏଜ୍ ତକ୍ ମୁକୁଲା ଅବସ୍ଥାରେ ପଡ଼ିରହିଛେ ବିଜଲୀ ଟ୍ରାନଫର୍ମର୍।ଇଆଡ଼େ ଭିନ୍ ଭିନ୍ ଜାଗାରେ ଥିବାର୍ ବିଜଲୀ ଟ୍ରାନ୍ସଫର୍ମର୍ ମାନକେ ବାଡ଼ାବନ୍ଦୀ ସାଙ୍ଗେ କେନସି ଅଘଟଣ ଯେନ୍ତା ନାଇଁ ଘଟବା ସେଥିର୍ ପ୍ରତି ଯତ୍ନବାନ ହେବାକେ ରାଜ୍ୟ ସରକାର ନିର୍ଦେଶ ଦେଇଥିବାର୍ କୁହାଯାଉଥିଲେ ବି ବିଶ୍ଵନାଥପୁର ବିଦ୍ୟୁତ୍ ବିଭାଗ ଏଥିର୍ ପ୍ରତି ବିଲକୁଲ୍ ନଜର୍ ନାଇଁ ଦେଉଥିବାର୍ ସାଧାରଣରେ ଅସନ୍ତୋଷ୍ ଦେଖା ଦେଉଛେ। ତେବେ ବିଭାଗୀୟ ଅଧିକାରୀ ଇତାର ଉପରେ ତୁରନ୍ତ ପଦକ୍ଷେପ୍ ନେବାର୍ ପାଇଁ ସାଧାରଣରେ ଦାବି ହେଉଛେ।