ଜୀବନଚର୍ଯ୍ୟାତାଜା ଖବର

ଖଣ୍ଡୁଆଲ ମାଲି ପରବ୍ ପାଲନ ପାଇଁ ପ୍ରସ୍ତୁତି ମିଟିଙ୍ଗ୍

୨୮ରୁ ୨୯ ଦୁଇ ଦିନ ହେବା ପରବ୍

ଲାଞ୍ଜିଗଡ଼,(ମୋରସମୀୟା):କଳାହାଣ୍ଡି ଆଉ ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତିନେ ରହିଥିବାର୍ ଖଣ୍ଡୁଆଲ ମାଲିର୍ ସୁରକ୍ଷା ପାଇଁ ଲୋକେ ଅଣ୍ଟା ଭିଡ଼ଛନ୍।ପାହାଡ଼କେ ସୁରକ୍ଷା ଦେବାର୍ ପାଇଁ ଲାଞ୍ଜିଗଡ଼ ବ୍ଳକ ଲାଖବାହାଲି ପଞ୍ଚାୟତର ଘାଟିକୁଣ୍ଡରୁ ଠାନେ ଖଣ୍ଡୁଆଲମାଲି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀଙ୍କର ସଭାପତିତ୍ୱନେ ଖଣ୍ଡୁଆଲ ମାଲି ପରବ୍ ପାଲନ କରବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛେ।ଖଣ୍ଡୁଆଲ ମାଲି ପରବ୍ ପରତେକ୍ ବରଷ ଭଲିଆ ଏ ବରଷେ ବି ମାର୍ଚ୍ଚ ମାସ୍ ୨୮ରୁ ୨୯ ତାରିଖ ଦୁଇ ଦିନ ପତେ କେନ୍ତା କରି ଧୁମଧାମ୍ ସାଙ୍ଗେ ଶାନ୍ତି ଶୃଙ୍ଖଲାର୍ ସାଙ୍ଗେ ପରବ୍ ପାଲନ କରାଯିବା ସେତାକେ ନେଇ ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।ଖଣ୍ଡୁଆଲମାଲି ପାହାଡ଼ନେ ଖଣିଜପଦାର୍ଥ ଭରପୁର ରହିଥିବାର୍ ବେଳେ ସେ ପାହାଡ଼କେ ସରକାର ବହୁରାଷ୍ଟ୍ରୀୟ କମ୍ପାନୀ ଖଣିକେ ଲୁଟ୍ କରିବା ପାଇଁ ପ୍ରୟାସ ରଖିଥିବାର୍ ବେଳେ ଇତାକେ ତୀବ୍ର ବିରୋଧ କରାଯାଉଛେ ।ଇଆଡ଼େ ଜାନ୍ ଯଉ ଜୀବନ୍ ଯଉ ପଛେ ଖଣ୍ଡୁଆଳ ମାଳିର ମାଟି ଖଣେକବି ଛାଡ଼ିନାଇଁ ଦେଉଁ ବୋଲି କମିଟି ଆଡ଼ୁ ନିଷ୍ପତି ନିଆଯାଇଛେ।ଖଣ୍ଡୁଆଲମାଲି ପାହାଡ଼ ଉପରେ ହଜାର ହଜାର ଲୋକ ନିଜର ଜିବନଜୀବିକା ନିର୍ଭର କରି ରହୁଛନ୍।ଯଦି ଖଣ୍ଡୁଆଲମାଲିରୁ ଖଣି ଖନନ୍ କଲେ ଅଞ୍ଚଲର ପ୍ରାୟ ୨୫୪ଟା ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଥିବାର୍ ବେଲେ ୩୫୦ରୁ ଉର୍ଦ୍ଧ ଝରଣା ଆଉ ଅନେକ ଔଷଧିୟ ବୃକ୍ଷଲତା,ଗଛପତର୍ ଧ୍ୱଂସ ହୋଇଯିବା ବୋଲି ସ୍ଥାନୀୟ ଅଞ୍ଚଲ ବାସୀ କହିଛନ୍।ଖଣି ଖନନ ଦ୍ୱାରା ସ୍ଥାନୀୟ ଆଦିବାସୀଙ୍କର୍ ଜୀବନ ଜୀବିକା ଉପରେ ପ୍ରଭାବ ନିଶ୍ଚିତ ଭାବେ ପଡବା ତେବେ ଖଣ୍ଡୁଆଲ ମାଲି ସୁରକ୍ଷା ଆଉ ଏଇ ମାଲିର ଲିଜ ବାତିଲ କରବା ପାଇଁ ସରକାରକେ ମାର୍ଚ୍ଚ ୨୮,୨୯ ସମାବେଶ ମାଧ୍ୟମରେ ବାର୍ତ୍ତା ଦିଆଯିବା ବୋଲି ଖଣ୍ଡୁଆଳ ମାଲି ସ୍ଥାୟୀ ସୁରକ୍ଷା ସମିତି ଆଡ଼ୁ ସୂଚନା ମିଳିଛେ। ଏଇ ବୈଠକଥି କାର୍ତିକ ମାଝୀ,ବ୍ରିଟିଶ କୁମାର,ବନ ମାଝୀ, ଲୋକନାଥ ମାଝୀ,ବୈଦ୍ୟନାଥ ନାଏକ,ରାମକୃଷ୍ଣ ମାଝୀ,କୁଞ୍ଜ ମାଝୀ, ମାଧବ ନାଏକ,ମାନ ମାଝୀ,ବିକାଶ ମାଝୀ,ଗୌରାଙ୍ଗ ନାଏକ ହୃଷି ମାଝୀ ପୂର୍ଣ୍ଣ ମାଝୀ,ଘାସୀ ରାମ ମାଝୀ,ରଞ୍ଜିତ ନାଏକଙ୍କର ସାଙ୍ଗେ ଶତାଧିକ ମହିଲା ପୁରୁଷ୍ ଉପସ୍ଥିତ ଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!