ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ
ଟିଟିଲାଗଡ଼ ରେ ବଢ଼େ ଟେ ବିପଦ ଆମ୍ବୁଲେନ୍ସ ଭିତରେ ଫାଟଲା ଅକ୍ସିଜେନ ସିଲିଣ୍ଡର।
ବାପା ଗୁରୁତର ମା ଆରୁ ଛୁଆ ସୁରକ୍ଷିତ।

ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ଟିଟିଲାଗଡ MCH(mother and child hospital)ରେ ଆମ୍ବୁଲାନ୍ସ ଭିତରେ ସିଲିଣ୍ଡର ଫାଟିଜାଇ ଥିବାର ସୂଚନା ।
ଗଲା କାଲି ଟିଟିଲାଗଡ ବ୍ଳକ୍ ର ରୁସବ ଜାନି ନାମକ ଜଣେ ମହିଳା ଙ୍କୁ ପ୍ରସୂତି ଲାଗି ଟିଟିଲାଗଡ MCH କେ ଅନାଜାଇଥିଲା । ସେଠାନେ ସେ ଦୁଇଟା ଯାଆଁଳା ଶିଶୁ କନ୍ୟା କେ ଜନ୍ମ ଦେଇଥିଲେ ।
ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ବଲାଙ୍ଗିର ଭୀମ ଭୋଇ ମେଡିକଲ କେ ସ୍ଥାନାନ୍ତର ଲାଗି ନିଷ୍ପତି ନେଇଥିଲେ ।
୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇ ଯାଆଁଳା ଶିଶୁ କନ୍ୟା,ମା ଓ ସମ୍ପର୍କୀୟ ବଲାଙ୍ଗିର ଅଭୀମୁଖେ ଯିବାର ସମୟ ରେ ଆମ୍ବୁଲାନ୍ସ ରେ ଥିବାର ଅକ୍ସିଯେନ୍ ସିଲିଣ୍ଡର କେ ଲଗାବାର ସମିୟା ରେ ବିସ୍ପୋରଣ ହେଇଥିଲା । ଏହି ବିସ୍ପୋରଣ ରେ ତାଙ୍କର ଜଣେ ସଂପର୍କୀୟ ଓ ନବଜାତ ଶିଶୁ ର ବାପା ଗୁରୁତର ହେଇପଡିଛନ ତାଙ୍କୁ ଟିଟିଲାଗଡ଼ ରେ ଡ଼ାକ୍ତରଖାନା ରେ ଚିକିତ୍ସା କରାଯାଉଥିବାର ସୂଚନା ।
ନବଜାତ ଶିଶୁ ଓ ଶିଶୁ ର ମା ସୁରକ୍ଷିତ ଥିବାର ସୂଚନା ।