ମୁରିବାହାଲ ଅଞ୍ଚଳ ର ଟ୍ରେନ୍ ଲାଇନ୍ ପାଖେ ହେଇଥିବାର ହତ୍ୟା କାଣ୍ଡ ର ପଛେ ଅନଲଇନ ଗେମ୍ ସନ୍ଦେହ ।
ଅନଲାଇନ ଗେମ୍ କେ ନେଇ ହତ୍ୟା ।

ବଲାଙ୍ଗିର;୦୫/୦୫(ମୋର୍ ସମିୟା) ଗଲା ଶନିବାର ଦିନ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ମାଳିଶିର ଆଉ ବିଟାବନ୍ଧ ମଝି ରେ ଥିବାର ଫାଟକ ପାଖେ ଗୁଟେ ମଲା ଦିହି ପଡ଼ିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ମୃତ ଦେହ ପାଖୁ ମଦ ବୋତଲ, ଦୁଇଟା ମୋବଇଲ୍ ଫୋନ୍,ଗ୍ଲାସ୍, ବୁଲେଟ ଗାଡ଼ି (ଓଡ଼ି ୦୩ ଏଡି ୭୭୯୧) ପଡ଼ିଥିଲା । ମୃତ ଯୁବକ ହେଲେ ବୈଷ୍ଣବ ମହାନନ୍ଦ (୨୪) ବଲି ଜଣାପଡିଥିଲା । ସେ ମୁହୁ ମାଡ଼ି କରି ପଡ଼ବାର ସାଙ୍ଗେ ଦିହେ ଅନେକ ଜାଗା ରେ ପିଟଲା ଚିହ୍ନା ମାନେ ଦେଖବାର କେ ମିଲିଥିଲା ।
ହତ୍ୟା ର କରାଣ୍ ଅନଲାଇନ ଗେମ୍ ବଲି ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛେ । ଅନଲାଇନ ଖେଲ୍ ରେ ଟଙ୍କା ହେରଫେର କେ ନେଇ କିଛି ଦୁର୍ବୃତ ହତ୍ୟା କରିଥିବାର ସନ୍ଦେହ । ଶୁକ୍ରୁବାର ସନ୍ଧ୍ୟା ରେ ବୁଲେଟ୍ ଧରି କରି ମୁଇ ଆସୁଛେ କହିକରି ଆଉ ଘର୍ କେ ନାଇ ଫିରିଥେଇ ବୈଷ୍ଣବ । ରାତି ରେ ସମ୍ପର୍କିୟ କେ ଫୋନ୍ କରି ମାଡ଼ ମାରବାର ସାଙ୍ଗେ ଚିତ୍କାର ର ଶଦ୍ଧ ଶୁଭିଥିଲା। ରାତି ରେ ଘର ର୍ ଲୋକ ଖୁଜିଥିଲେ କିନ୍ତୁ କିଛି ଖବର ନାଇ ପାଇଥିଲେ । ସକାଲୁ ଟ୍ରେନ୍ ଲାଇନ୍ ପାଖୁ ତାକର୍ କ୍ଷତାକ୍ତ ମୃତ ଦେହ ମିଲିଥିଲା ।