ସମ୍ବଲପୁର ବାମରା ବ୍ଲକ୍ ମଝିପଡ଼ା ହତ୍ୟା କାଣ୍ଡ ର ପର୍ଦ୍ଧାଫାଶ କଲା ପୋଲିସ,ଜମିବାଡ଼ି ବିବାଦ ନୁ ହତ୍ୟା ।
ବୁହେନ୍ କେ ମିଶିକରି ମାରିଥିଲେ ଭାଇ, ବୁହେନ୍।

ସମ୍ବଲପୁର;୨୦/୦୫(ମୋର୍ ସମିୟା) ସମ୍ୱଲପୁର ଜିଲ୍ଲା ବାମରା ବ୍ଲକ୍ ଗୋବିନ୍ଦପୁର ଥାନା ମଝିପଡ଼ା ରେ ହେଇଥିବାର ହତ୍ୟା କାଣ୍ଡ ର ପର୍ଦ୍ଧାଫାଶ କଲା ପୋଲିସ । ଜମିବାଡ଼ି ବିବାଦ ନୁ ହେଇଥିଲା ନିର୍ମମ ହତ୍ୟା। ଜମିବାଡ଼ି ବିକିଥିବାର୍ ଟଙ୍କା ମାଗବାର ନୁ ବାହାରିଥିଲା କଳହ। ବେଙ୍କେ ଆର୍ କପାଲ ରେ ହେଇଥିଲା ଚକୁ ରେ ଆକ୍ରମଣ। ମୃତକ ହେଲେ ଲିନା ସାହୁ। ବିନୋଦ ବିହାରୀ ସାହୁ ଙ୍କର ଦୁଇ ଟା ଟୁକେଲ ଲିନା ସାହୁ (୪୦) ମିଲି ସାହୁ (୪୨) ଉଭୟ ଙ୍କର ବିହାଘର ବି ସରିଥିଲା । ପରେ ସେମାନେ ବାପା ଘରେ ଆସି ରହୁଥିଲେ । ଘରେ ସବୁବେଲେ ଗାଲିଝଗର ହେବାର ନୁ ଲିନା ବାପା ଘର୍ ଛାଡ଼ି ସମ୍ବଲପୁର ରେ ରହିକରି ଗୁଟେ ସୁନା ଦୁକାନେ କାମ କରୁଥିଲେ । ଘରେ ଗୁଟେ ଜମିନ ବିକବାର ନୁ ଲିନା ତାକର ଭାଇ ବିନୋଦ କେ ତାକର୍ ପଇସା ଭାଗ ମାଗିଥିଲେ । ବିନୋଦ ନାଇ ଦେବାର ନୁ ଥାନା ରେ ମାମଲା ରୁଜୁ ବି କରିଥିଲେ ଲିନା । ପରେ କୋର୍ଟ ଲିନା କେ ଭାଗ ଦେବାର କେ ନିର୍ଦ୍ଦେଶ ବି ଦେଇଥିଲେ । ଇ ଘଟଣା କେ କେନ୍ଦ୍ର କରି ଗଲା ରବିବାର ଦିନ ବଡ଼ବାପା ର କାମଘରେ ଲିନା ହେ ହତ୍ୟା କଲେ ବଡ଼ ବୁହେନ ଆର୍ ସାନ ଭାଇ ।
ଲିନା ର ଶବ ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସଂସ୍କାର ଲାଗି ଆସିନାଇ ଥିଲେ ପରିବାର ଲୋକେ। ଖବର ପାଇକରି ଲିନା ଙ୍କର କେତେଜଣ ସହପାଠୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ମିଶି ଲିନା ଙ୍କର ଶବ ସତ୍କାର କରିଥିଲେ ।
ଦୁହି ଭାଇ,ବୁହେନ କେ କୋର୍ଟ ଚାଲାଣ କରିଛେ ପୋଲିସ ।