ଲାଇନ ଖୁଟା କେ ପିଟିକରି ଲେହେଟି ପଡ଼ଲା କାର, କାର ଭିତରୁ ଜବତ ହେଲା ଦେଶୀ ବନ୍ଧୁକ ।
କାର ଭିତରେ ୩ ଜଣ ଥିବାର ସୂଚନା ।

ସୋନପୁର;୨୬/୦୫(ମୋର୍ ସମିୟା) ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇ ରେ ଲାଇନ ଖୁଟା କେ ପିଟିକରି ଉଲଟି ଗଲା କାର । ସୋନପୁର ନୁ ସମ୍ବଲପୁର ଆଡକେ ଯାଉଥିବାର ସମିୟା ରେ ଘଟଲା ଦୁର୍ଘଟଣା। ଗାଡ଼ି ଭିତରେ ଥିବାର ୩ ଜଣ ଗୁରୁତର ଥିବାର ସୂଚନା । ତିନ ଜଣ କେ ଉଦ୍ଧାର କରି ଉଲୁଣ୍ଡା ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା,ପରେ ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ଡ଼ାକ୍ତରଖାନା କେ ସ୍ଥାନାନ୍ତର କରାଯାଇଛେ । ଦୁର୍ଘଟଣା ର ଖବର ପାଇକରି ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ରେ ପହଞ୍ଚିଥିଲେ । ଆଶ୍ଚର୍ଯ୍ୟ କରିଦେବାର ଘଟଣା ହେଲା ଦୁର୍ଘଟଣା ଘଟିଥିବାର ଗାଡ଼ି ନୁ ମିଲିଛେ ଦେଶୀ ବନ୍ଧୁକ । ଗାଡ଼ି ଭିତରୁ ବନ୍ଧୁକ କେନୁ ଆସଲା ପୋଲିସ ଆରମ୍ଭ କରିଛେ ଛାନଭିନ୍ । ଗାଡ଼ି ରେ ଥିବାର ୩ ଜଣଙ୍କର ଭିତରୁ ଜଣେ ବଲାଙ୍ଗିର ର ଦୀପକ ପ୍ରଧାନ, ଅନ୍ୟ ଦୁଇଜଣ ସମ୍ବଲପୁର ଅଞ୍ଚଳ ର ଆଶୁତୋଷ ପ୍ରଧାନ ଓ ତ୍ରିକେଶ କୁମାର ପ୍ରଧାନ ବଲି ଜଣାପଡ଼ିଛେ । ଗାଡ଼ି ନମ୍ୱର୍ ଓଡ଼ି ୧୫ ଭି ୦୮୦୦ ରହିଛେ । ଗାଡ଼ି ପିଟି ହେଇକରି ପୁରା ଚୁରମାର ହେଇଯାଇଛେ ।