
ଦିଲ୍ଲୀ;୨୭/୦୫(ମୋର୍ ସମିୟା) ପହଲଗାମ୍ ଆକ୍ରମଣ ପରେ ଭାରତ ର କଡ଼ା ନଜର ସେ ଦେଶଦ୍ରୋହି ଙ୍କର ଉପରେ ଯେନମାନେ ଭାରତ ରେ ରହି ପାକିସ୍ତାନ କେ ପଠଉଥିଲେ ଭାରତ ର ଭିତରିଆ ଖବର । ସେମାନଙ୍କର ଭିତରେ ହରିୟାଣା ର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଜଣେ ଜଣାଶୁଣା ନାଁ। ଜ୍ୟୋତି ମାଲହୋତ୍ରା ଙ୍କର ସାଙ୍ଗେ ଅଲଗା ଅନେକ ଲୋକ କେ ଗିରଫ କରି ସାରିଛେ ପୋଲିସ ।
ଆଉ କାଲି ଦିଲ୍ଲୀ ନୁ ଜଣେ ସିଆରପିଏଫ୍ ଯବାନ କେ ଗିରଫ କରିଛେ ପୋଲିସ । ଯବାନ ହେଲେ ମୋତିରାମ ଜାଟ । ସେ ୨୦୨୩ ନୁ ଦଉଥିଲେ ପାକିସ୍ତାନ କେ ଗୁପ୍ତତଥ୍ୟ। ଆଜି ପାକିସ୍ତାନ ଲାଗି ଗୁପ୍ତଚର କାମ କରବାର ଅଭିଯୋଗ ରେ ଏନ୍ଆଇଏ ତାହାକୁ ଦିଲ୍ଲୀ ନୁ ଗିରଫ କରିଛେ। ଅଭିଯୁକ୍ତ ଯବାନ କେ ଦିଲ୍ଲୀ ର ପଟିଆଲା କୋର୍ଟ ରେ ହାଜର କରି ପଚରାଉଚରା ଚାଲିଛେ । ଗିରଫ ପରେ ଯବାନ କେ ଚାକିରି ନୁ ନିଲମ୍ବନ କରାଯାଇଛେ । ସେ ଜୁନ୍ ୬ ତକ୍ ଏନ୍ଆଇଏ ର କବଜା ରେ ରହେବେ ।
ଦେଶ ର ରକ୍ଷକ ସାଜିଛନ୍ ଭକ୍ଷକ। ସାଧାରଣ ଲୋକେ ଘଟଣା କେ ନିନ୍ଦା କରବାର ସାଙ୍ଗେ ଯବାନ କେ କଠୋର ଦଣ୍ଡ ଦେବାର କେ କରୁଛନ ଅପିଲ।