ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି

ଫେଲ୍ ମାରିଛେ ବିଜେପି ସରକାର ର ମଦ ବନ୍ଦ ପ୍ରତିଶୃତି,ବେଧଡକ ଚାଲିଛେ ମଦ ବେପାର ।

ସବୁ ଯାନିକରି ବି ଚୁପ୍ ପ୍ରଶାସନ ।

୧୩/୦୬(ମୋର୍ ସମିୟା) ଗଲା ନିର୍ବାଚନ ସମିୟା ରେ ଗୁଟେ ସଭା ରେ ରଡି ରଡି ଏବେକାର ସମ୍ବଲପୁର ସାଂସଦ ତଥା ଏବେକାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ବିଜେପି ସରକାର୍ କେ ଆସଲେ ମଦ ବନ୍ଦ କରାଯିବା। ଦେଶୀ ମଦ ଉପରେ କଟକଣା ଲଗାବାର ସାଙ୍ଗେ ଲାଇସେନ୍ସ ର ସୁବିଧା କରାଯିବା, ମା,ଭଉଣୀ ଙ୍କର ଦୁଃଖ ସହିନାଇପରେ ବିଜେପି ସରକାର। ସରକାର କେ ଆସଲେ ଭାରତୀୟ ଜନତା ପାର୍ଟି ତାର ନିଷ୍ପତି କରବା କହିଥିଲେ ଧର୍ମେନ୍ଦ୍ର। କିନ୍ତୁ ନିର୍ବାଚନ ର ପ୍ରତିଶୃତି ଟା ପ୍ରତିଶୃତି ରେ ରହିଗଲା । ଧିରେ ଧିରେ ବଢ଼ି ଚାଲିଛେ ମଦ କାରବାର। ସହର୍ ହଉ କି ଗାଁ ଚାରି ଆଡ଼େ ମଦ କାରବାର। ଆଉ ଇ ମଦ ଲାଗି କେତେ ଲୋକଙ୍କର ଜୀବନ ତ ଯାଉଛେ, ତାର ସାଙ୍ଗେ କେତେ ପରିବାର କେ ବି ଭାଙ୍ଗି ଦଉଛେ ଇ ମଦ। ସହର ଭିତରେ ରାସ୍ତା ତରା କେ ବି ଖୁନମଖୁଲା ବଢ଼ି ଚାଲିଛେ ନିଶା କାରବାର । କିନ୍ତୁ ସବୁ ଯାନିକରି କିଛି ପଦକ୍ଷେପ ନାଇ ନେଇ ପାରବାର ପ୍ରଶାସନ । ଆର୍ ଇ ନିଶା କାରବାର ରେ ଅଧିକା ଲିପ୍ତ ରହୁଛନ ଆଜିର ଯୁବ ସମାଜ, ଜେନ ବୟସ ରେ ପଢ଼ାଲିଖା କରି ଭଲ ମଣିଷ ହେଇ ସମାଜ ଲାଗି ଭଲ କାମ କାରବାର କଥା ସେ ସମିୟା ରେ ନିଶାସକ୍ତ ହେଇ ରାସ୍ତାଘାଟ ରେ ପଡ଼ି ରହୁଛନ୍ ଯୁବପିଢ଼ି। ଇ ନିଶା କାରବାର କେ ଦେଖି ଅନେକ ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା କେବେ ବନ୍ଦ ହେବା ନିଶା କାରବାର।

ଠିକ୍ ହେନ୍ତା ୪ ଦିନ ଆଗରୁ ୦୯/୦୬/୨୫ ତାରିଖ ରାତି ର ଘଟଣା ସୋନପୁର ଜିଲ୍ଲା ର ମନୋମୁଣ୍ଡା ବ୍ରିଜ୍ ଉପରେ ନିଶାସକ୍ତ ଅବସ୍ଥା ରେ ରାତି ୧୧.୩୦ ବଜେ ବ୍ରିଜ ଉପରେ ସୁଇ ପଡ଼ିଥିଲେ ଜଣେ ଯୁବକ। ରାତି ସମିୟା ରେ ରାସ୍ତା ଉପରେ ଚାଲୁଥିଲା ଟ୍ରକ୍,ବସ୍ ସାଙ୍ଗେ ଅନେକ ଭାରି ଜାନବାହାନ। ଆର୍ ଠିକ୍ ଇ ସମିୟା ଭୁବନେଶ୍ୱର ଆଡୁ ଆସୁଥିବାର ମୋର୍ ସମିୟା ର ରିପୋର୍ଟର ନିବେଶ ପାଣିଗ୍ରାହି ଓ ସ୍ଥାନୀୟ ଅଞ୍ଚଳ ର କେତେ ଜନ ଯୁବକ ମିଶି ନିଶାସକ୍ତ ଯୁବକ କେ ଉଦ୍ଧାର୍ କରି ଘର୍ କେ ପଠାବାର ବନ୍ଦୋବସ କରିଥିଲେ । ଯୁବକ ଏତେ ନିଶାସକ୍ତ ଥିଲେ ଯେ ଚାଲବାର ବି ତାଙ୍କର ଶକ୍ତି ନାଇଥାଇ। ରାସ୍ତା ରେ ଗାଡ଼ି ଚଢ଼ି ଯାଇଥିଲେ କିମ୍ବା ବ୍ରିଜ ରୁ ତଲକେ ପଡ଼ି ଯାଇଥିଲେ ଚାଲି ଯାଇଥିତା ଗୁଟେ ନିରୀହ ଜୀବନ । ଆଉ ସବୁ ନୁ ଆଶ୍ଚର୍ଯ୍ୟ କରିଦେବାର କଥା ହେଲା ଏତେ ନିଶାସକ୍ତ ଥାଇ କରି ବି ତାଙ୍କର ପେଣ୍ଟ ପକେଟ ରୁ ବାହାରିଥିଲା ଦେଶୀ ମଦ ପାଉଚ। ସରକାର କେ ପୁରିଗଲା ବର୍ଷେ,କିନ୍ତୁ ପ୍ରତିଶୃତି ରହିଗଲା ଅଧା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!