
ଲାଞ୍ଜିଗଡ଼;୧୬/୦୬(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଲାଟିପଦର ଗାଁଥି ଲାଞ୍ଜିଗଡ଼ ବେଦାନ୍ତ ଆଉ ଶକ୍ତିମୟୀ ଫାଉଣ୍ଡେସନର ମିଲିତ ଆନୁକୁଲ୍ୟରେ ଉତ୍ସବମୟ ପରିବେଶ ଭିତରେ ରଜ ପର୍ବର ପ୍ରଥମ୍ ଦିନ ଶନିବାର “ପହିଲି ରଜ” ହସ ଉଲ୍ଲାସର ସାଙ୍ଗେ ପାଲନ୍ ହେଇଥିଲା। ଇନ ଗାଁର ଶତାଧିକ ଝିଅ ଆଉ ମାଁ ମାନେ ଖୁବ୍ ଆନନ୍ଦରେ ଅଂଶଗ୍ରହଣ କରିଥିଲେ।ପୁରାପୁରି ପରମ୍ପରା ହିସାବର ପୋଷାକରେ ସୁସଜ୍ଜିତ ହେଇ ମହିଲା ମାନେ ଦୋଲି ଖେଳ,ଲୋକଗୀତ ହସିଖୁସି ମିଶି ମଜା କରି ଦିନ୍ କାଟିଥିଲେ। ସେଇ ଅବସରଥି ଭିନ୍ ଭିନ୍ ପିଠାପାନ୍,ମିଠା ଆଉ ସ୍ୱାଦିଷ୍ଟ୍ ଖାଦ୍ୟପଦାର୍ଥ ମାନେ ତିଆରି କରି ଭାଗ ବଣ୍ଟା ହେଇଥିଲା।ଏଇ ଉତ୍ସବ ନାରୀତ୍ୱ, ପୃଥିବୀ ମାଁ ଆଉ ଓଡ଼ିଆ ସଂସ୍କୃତି ପରତି ଗୁଟେ ଗଭୀର ସମ୍ମାନ ଆଉ ସ୍ନେହର ପ୍ରତିକ ଭାବେ ପାଲିତ ହେଉଛେ। ଇଟା ବିଶ୍ରାମ,ଆନନ୍ଦ ଓ ଏକତାର ମୂଲ୍ୟ ବିଷୟରେ ସ୍ମରଣ କରାସୀ ବୋଲି ବି କୁହା ଯାଏସି।ଇ କାର୍ଯ୍ୟକ୍ରମଥି ବେଦାନ୍ତ ଲାଞ୍ଜିଗଡ଼ରୁ ଋତୁପର୍ଣ୍ଣା,ହିମା,ଶ୍ରାବଣୀ,ପ୍ରତୀକ୍ଷା ଓ ଶକ୍ତିମୟୀ ଫାଉଣ୍ଡେସନ ଆଉ ସଖୀ ପ୍ରକଳ୍ପ ତରଫନୁ ଯଶୋଦା ବେହେରା,ସୁଭଲକ୍ଷ୍ମି ମହାନ୍ତି,ଭାଗ୍ୟ ସାହୁ,ସଂଯୁକ୍ତା ସାହୁ,ସୁନୀତା ଚନ୍ଦନ, ପ୍ରିୟା,ରୋଲକ୍ଷି,ସୋନୁ,ସରିତା ପ୍ରମୁଖ୍ ଉପସ୍ଥିତ ରହିଥିଲେ।