ମୁଖ୍ୟମନ୍ତ୍ରୀ ଙ୍କର ବଲାଙ୍ଗିର ଗସ୍ତ ରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ କେ ଭୁଲିଗଲେ ସରକାର ।
ଅସନ୍ତୋସ ପ୍ରକାଶ କଲେ ବିଧାୟକ ।

ବଲାଙ୍ଗିର;୧୮/୦୬(ମୋର୍ ସମିୟା) ଗଲା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ବଲାଙ୍ଗିର ଗସ୍ତ ରେ ଆସିଥିଲେ । ବଲାଙ୍ଗିର ପଥରଚେପା ପଡ଼ିଆ ରେ କରିଥିଲେ ବିଶାଳ ଚାଷୀ ସମାବେଶ। ମଚାନ ରେ ସାମିଲ୍ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପାଟଣାଗଡ଼ ବିଧାୟକ ତଥା ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜେନ, ଲୋଇସିଂହା ବିଧାୟକ ସ୍ଵାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ,ବଲାଙ୍ଗିର ସାଂସଦ ସଙ୍ଗୀତ କୁମାରୀ ସିଂଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,ବଲାଙ୍ଗିର ଜିଲ୍ଲାପାଳ । କିନ୍ତୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ର ସବୁ ବିଧାୟକ, ସାଂସଦ ମଚାନ ରେ ଥିବାର ସତ୍ତ୍ୱେ ବି ଭୁଲି ଗଲେ ସ୍ଥାନୀୟ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ଙ୍କୁ ଡ଼ାକବାର କେ ।
ଆଜି ଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ ବିଧାୟକ କଳିକେଶ ନାରାୟଣ ସିଂଦେଓ। ଆଜି ଚିଠି ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ କେ ଜଣାଲେ ସବୁ ଅଭିଯୋଗ । ଇ ଚିଠି ରେ ସେ ମୁଖ୍ୟମନ୍ତ୍ରୀ କେ ଉଲ୍ଲେଖ କରିଛନ୍ ଯେ ମୁଖ୍ୟମନ୍ତ୍ରୀ ଙ୍କର ବଲାଙ୍ଗିର ଗସ୍ତ ର ପ୍ରଟୋକଲ ଉଲ୍ଲଂଘନ ହେଇଛେ । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଆସବାର ସତ୍ତ୍ଵେ ବି ସ୍ଥାନୀୟ ବିଧାୟକ କେ ନାଇ ଜଣାବାର କଥା କେ ଦୁର୍ଭାଗ୍ୟ କହିଛନ ବିଧାୟକ। ସେ ଚିଠି ରେ ଆଉ ବି କହିଛନ୍ ଚାଷୀ କାର୍ଯକ୍ରମ ଖାଲି ଦେଖାବାର ଲାଗି ହେଇଥିଲା କିନ୍ତୁ ବାସ୍ତବ ରେ ଚାଷୀ ଙ୍କର ସମସ୍ୟା ଉପରେ ଧ୍ୟାନ ଯାଇନାଇଥିଲା । ଏହି ଚିଠି ମାଧ୍ୟମ ଥି ମୁଖ୍ୟମନ୍ତ୍ରୀ କେ ବଲାଙ୍ଗିର ଜିଲ୍ଲା ର ଅନେକ ବିକାଶ କାମ ଦାବି ନେଇ ପ୍ରସ୍ତାବ ଦେଇଛନ ବିଧାୟକ କଳିକେଶ ନାରାୟଣ ସିଂଦେଓ। ସେ ଦାବି ମାନେ ହେଲା –
୧/ ବଲାଙ୍ଗିର ଜିଲ୍ଲା ରେ କୃଷି ବିଦ୍ୟାଳୟ ର ପ୍ରତିଷ୍ଠା।
୨/ ଦେଓଗାଁ ଚିନି କାରଖାନା ର ପୁନରୁଦ୍ଧାର
୩/ବଲାଙ୍ଗିର ସହର ରେ ଜଳ ନିସ୍କାସନ ବ୍ୟବସ୍ଥା ।
( ବଲାଙ୍ଗିର ସହର ରେ ବାରମ୍ବାର ଜଳବନ୍ଦୀ ପରିସ୍ଥିତି ରୋକବାର୍ ଲାଗି ପାଣ୍ଠି ମଞ୍ଜୁର)
୪/୧୭ ଟା ସହରୀ ପୋଖରୀ ର ପୁନରୁଦ୍ଧାର ଓ ବିକାଶ ।
( ବଲାଙ୍ଗିର ମ୍ୟୁନିସିପାଲଟି ରେ ଥିବାର ମହାରାଣୀ ସାଗର ଓ ସବୁ ୧୭ ଟା ପୋଖରୀ ର ପୁନରୁଦ୍ଧାର ଓ ବିକାଶ ଯାହା କି ବଲାଙ୍ଗିର ଜିଲ୍ଲା ର ପରିବେଶ ଲାଗି ଜରୁରୀ)
୫/ ତୁଷୁରା ବିମାନ ବନ୍ଦର ର ବିକାଶ ।
( ପୂର୍ବ ସରକାର ଦ୍ଵାରା ମଞ୍ଜୁର ହେଇଥିବାର ୬୫ କୋଟି ଟଙ୍କା ରେ ଜଲଦି କାର୍ଯକାରୀ କଲେ ଅଞ୍ଚଳ ର ଗମନା ଗମନ ସହିତ ଅର୍ଥନୈତିକ ବିକାଶ)
୬/ ଜଳ ସେଚନ ପ୍ରକଳ୍ପ ର କାର୍ଯକାରୀ ।
୭/ ଧାର୍ମିକ ସ୍ଥଳ କେ କାର୍ଯକାରୀ ।
( ସମଲେଶ୍ଵରୀ ମନ୍ଦିର, ଗୋପାଲଜି ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର ର ବିକାଶ କାର୍ଯ୍ୟ ଠପ୍ ହେଇଥିବାର ନୁ ଜଲଦି ସାରବାର କେ ଅନୁରୋଧ)
ଏନ୍ତା ଅନେକ କିଛି ଦାବି ମୁଖ୍ୟମନ୍ତ୍ରୀ କେ ଜଣେଇଛନ ବିଧାୟକ କଳିକେଶ ନାରାୟଣ ସିଂଦେଓ।