ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ

ଦାଦନ୍ ଯାଇ ଗୁରୁତର ହେଇ ଘରକେ ଫିରଲେ ଦୁଷ୍ମନ୍ତ,ଜିଲ୍ଲା ଶ୍ରମ ଅଧିକାରୀଙ୍କର୍ ଦ୍ବାରସ୍ତ ।

ପରିବାରର୍ ଆର୍ଥିକ ଅନଟନ, ଗରିବୀ ସଜଉଛେ ଦାଦନ୍ ।

ଲାଞ୍ଜିଗଡ଼;୨୪/୦୬(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ୍ ଅଞ୍ଚଲଥି କାମ ନାଇଁପାଇ ହଜାର ହଜାର ସଂଖ୍ୟାନେ ଲୋକେ ଭିନ୍ ଭିନ୍ ରାଏଜ୍ କେ ଦାଦନ୍ ଖଟବାକେ ଯାଇଛନ୍।ଏନ୍ତା ସମସ୍ୟା ଦିନ୍ କେ ଦିନ୍ ବଢ଼ବାର୍ ଥି ଲାଗିଥିବାର୍ ବେଲକେ ଅନେକ ସମୀୟାନେ ଅନେକ ରାଏଜକେ ଦାଦନ୍ ଶ୍ରମିକ୍ ଭାବେ କାମ କରିବାକେ ଯାଇ କିଏ ଶବ ହେଇ ଫେରୁଛେ ତ କିଏ ପଙ୍ଗୁ ହେଇ ଘରକେ ଫେରୁଥିବାର୍ ଦୃଶ୍ୟ ବାରମ୍ବାର୍ ଦେଖିବାକେ ମିଲୁଛେ।ଲାଞ୍ଜିଗଡ଼ ବ୍ଳକ ଅଞ୍ଚଲର ଜଣେ ଯୁବକ ଦୁଷ୍ମନ୍ତ ଜାଲ କୁ ପରିବାରର ଆର୍ଥିକ ଅନଟନ ଗରିବୀ ତାକୁ ଦାଦନ୍ ସଜେଇଥିବାର୍ ବେଲକେ କେରଲ୍ ରାଏଜକେ ଦାଦନ୍ ଖଟିବାକେ ଯାଇ ପଙ୍ଗୁ ହେଇକରି ଘରକୁ ଫେରି ଏବେ ଜିଲ୍ଲା ଶ୍ରମ ଅଧିକାରୀଙ୍କର୍ ଦ୍ବାରସ୍ତ ହେଇଛନ୍।ସୂଚନା ହିସାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଚମ୍ପାଦେଇପୁର ପଞ୍ଚାୟତର ହରିହରପୁର ଗାଁର ଯୁବକ ଦୁଷ୍ମନ୍ତ ଜାଲ (୩୦)।ପରିବାର ପ୍ରତିପୋଷଣର ପାଇଁ ଗଲା ଏପ୍ରିଲ୍ ୩୦ ତାରିଖରେ କେରଲ ରାଏଜ୍ ମଙ୍ଗନୋର୍ ଜିଲ୍ଲାର ଏନଆରଜି ମଙ୍ଗଲମ୍ ଅଞ୍ଚଲନେ ଥିବାର୍ ପିଜେ ଇଣ୍ଟରପ୍ରାଇଜେସର ପଥର କୁଆଁରୀ
କନଟ୍ରକ୍ସନରେ ବେଶି ନାମର୍ କଣ୍ଟ୍ରାକ୍ଟର ପାଖେ ବ୍ଲାଷ୍ଟିଙ୍ଗ କାମ୍ କରୁଥିଲେ।ଗଲା ଜୁନ ୭ ତାରିଖରେ ଦୁଷ୍ମନ୍ତ ସବୁଦିନ ଭଲିଆ କାମ କରି କାମ ଶେଷ ସମୀୟାଥି ତାଙ୍କର୍ ହାତରେ ବ୍ଲାଷ୍ଟିଙ୍ଗ ହୋଇ ଯାଇଥିଲା।ଯାହାର୍ ଫଲରେ ଦୁଷ୍ମନ୍ତଙ୍କର୍ ଡାହାଣ ହାତର୍ ୪ ଆଉ ୫ ନମ୍ବର ଦୁଇ ଆଙ୍ଗଠି କଟି ଯାଇଥିବାର୍ ବେଲକେ ଛାତି,ଡେବିରି ଗୋଡ଼ଥି ଭୀଷଣ ଆଘାତ ଲାଗି ଗୁରୁତର ହେଇ ପଡ଼ିଥିଲେ।ପୁଲିସର ଡରେ ମାଲିକ ପାଖର୍ ଡାକ୍ତରଖାନାଥି ଦୁଷ୍ମନ୍ତକେ ଚିକିତ୍ସା ନାଇଁ କରି ୬୦ କି.ମି ଦୂରେ ଥିବାର୍ ଗୁଟେ ବେସରକାରୀ ଡାକ୍ତରଖାନାକେ ନେଇ ଭର୍ତ୍ତି କରିଥିଲେ।ସେଠାନେ ଡାକ୍ତର ଦୁଷ୍ମନ୍ତର ଗୁରୁତର ଅବସ୍ଥା ଦେଖି ଏକମାସ୍ ଡାକ୍ତରଖାନାରେ ରହିବାକେ କହିଥିଲେ।କିନ୍ତୁ ମାଲିକ ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ ତାରିଖରେ ଡାକ୍ତର ସାଙ୍ଗେ କଥାବାର୍ତ୍ତା କରି ଦୁଷ୍ମନ୍ତ ମନା କରିବା ସତ୍ତ୍ୱେ ବି ଡିସଚାର୍ଜ କରିଥିଲେ।ପରେ ଦୁଷ୍ମନ୍ତକେ ତମର ସବୁ ଖର୍ଚ୍ଚ ବହନ କରବି ବୋଲି କହି ୧୫ ତାରିଖରେ ଟ୍ରେନରେ ବସେଇ ଦେଇଥିଲେ।ଆଉ ଦୁଷ୍ମନ୍ତଙ୍କର୍ର ସାଙ୍ଗେ ଯୋଗାଯୋଗ ବି ରଖ୍ ଲେ ନାହିଁ।ଦୁଷ୍ମନ୍ତ ନିଜର୍ ପାରିଶ୍ରମିକ ୧୭୫୦୦ ଟଙ୍କା ବି ଦେଇନାଇଁଥିବାର୍ କଥା କହିଛନ୍।୧୬ ତାରିଖରେ ଦୁଷ୍ମନ୍ତ ନିଜର୍ ଘରକେ ପହଞ୍ଚିବ ପ୍ରାଥମିକ ଚିକିତ୍ସା ପରେ ଜୁନ ୨୦ ତାରିଖ ଶୁକ୍ରବାର ଦିନେ ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ସଭାପତି ସୁକୃ ମାଝୀ ଆଉ ତୁଲେଶ୍ୱର ଜାଲ ସାଙ୍ଗେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କର୍ ଦ୍ବାରସ୍ତ ହେଇକରି ଘଟଣା ବିଷୟଥି ସଭେ ଜନେଇଥିବାର୍ କହିଛନ୍।ଜିଲ୍ଲା ଶ୍ରମ ଅଧିକାରୀ ଇତାକେ ନେଇ ଗୁଟେ ମାମଲା ରୁଜୁ କରି କ୍ରସର ମାଲିକ୍ କେ ଡକେଇ କ୍ଷତିପୂରଣ ଦେବାର୍ ପାଇଁ ଦୁଷ୍ମନ୍ତକେ କହିଥିବାର୍ ସେ ପ୍ରକାଶ କରିଛନ୍।ଇତାକେ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳକୁ ଯୋଗାଯୋଗ କରିଥିବାର୍ ବେଲକେ ତାଙ୍କର୍ ଫୋନ୍ ଅଫ୍ ଥିବାର୍ ନୁ ପ୍ରତିକ୍ରିୟା ମିଲି ପାରିନାଇଁ ଥାଇ।ଦୁଷ୍ମନ୍ତ ଅଧିକ ଗରିବ ଶ୍ରେଣୀର୍ ହେଇଥିବାରୁ ବାପା ଟିକେରାମ ଜାଲ ୨୦୧୫ ମସିହାଥି ମୃତ୍ୟୁ ବରଣ କରିଥିବାର୍ ବେଲେ ବିଧବା ମାଁ ଯଶୋଦା ଜାଲ୍ ରହିଛନ୍। ସ୍ତ୍ରୀ ଲଳିତା ଜାଲ ସାଙ୍ଗେ ଛୋଟ ଛୋଟ ତିନି ଶିଶୁ କନ୍ୟା ଅଛନ୍। ପ୍ରଶାସନ୍ ପାଖେ ସରକାରୀ ସହାୟତା ଯୋଗାଇଦେବା ପାଇଁ ଆକୁଳ ନିବେଦନ୍ କରୁଛନ୍। ତେବେ ଲାଞ୍ଜିଗଡ଼ ଅଞ୍ଚଲରେ ବାରମ୍ବାର ଇଭଳିଆ ଦାଦନ୍ ଶ୍ରମିକଙ୍କର୍ ମୃତ୍ୟୁ ଘଟୁଥିବାର୍ ବେଲେ କାମ୍ ନାଇଁ ପାଇ ବର୍ତ୍ତମାନ ମଧ୍ୟ ବ୍ଳକ ଅଞ୍ଚଲନେ ୧୦ ହଜାରରୁ ଅଧିକ ଦାଦନ୍ ଶ୍ରମିକ ଭିନ୍ ଭିନ୍ ରାଏଜ୍ ରେ କାମ କରୁଥିବାର୍ ସୂଚନା ମିଲିଛେ।ଜିଲ୍ଲା ପ୍ରଶାସନ୍ ଏଥିର୍ ପ୍ରତି ଦୃଷ୍ଟି ଦେବାକେ ସାଧାରଣରେ ଦାବି ହେଉଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!