
ବଲାଙ୍ଗିର;୨୯/୦୬(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପାତଲପଡ଼ା ରେ ଅଭାବନୀୟ ଘଟଣା। ସ୍ତ୍ରୀ ର ହାତ କାଟି ହତ୍ୟା କଲା ସ୍ୱାମୀ । ହତ୍ୟାକାରୀ ସ୍ବାମୀ ହେଲେ ଟଙ୍କଧର ରଣା ଓ ମୃତକ ହେଲେ ଅୟସିନି ରଣା । ଘରୋଇ କଳହ ରୁ ଇ ହତ୍ୟା କାଣ୍ଡ ହେଇଥିବାର ସୂଚନା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ର ହାତର ନାଡି କାଟି ଦେବାର ନୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନା ରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଉଭୟଙ୍କର ଦେଢ଼ ବର୍ଷ ର ଗୁଟେ ଛୁଆ ଥିବାର ସୂଚନା । ଅଭିଯୁକ୍ତ ସ୍ବାମୀ ଟଙ୍କଧର କେ ଗିରଫ କରି କୋର୍ଟ ଚାଲାଣ କରିଛେ ପୋଲିସ ।
ଘଟଣା ସ୍ଥଳରେ ବଲାଙ୍ଗିର ରୁ ସାଇନଟିଫିକ ଟିମ୍ ପହଞ୍ଚି ଓ ମୁରିବାହାଲ ପୋଲିସ ର ତଦନ୍ତ ଆରମ୍ଭ ।