
ବଲାଙ୍ଗିର;୦୭/୦୭(ମୋର୍ ସମିୟା) ବଲାଙ୍ଗିର ଖଲିଆପାଲି ରେଲ ଧାରଣା ନୁ ମିଲିଛେ ରକତ ସରସର୍ ମଲା ଦିହି । ମୃତକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ରାମସିଂଆ ଖଲିଆପାଲି ଗାଁ ର ଶ୍ରୀନିବାସ ଷଡ଼ଙ୍ଗୀ । ମୃତକ ବଲାଙ୍ଗିର ର ଗୁଟେ ଘରୋଇ ଆଇଟିଆଇ ରେ କାମ କରୁଥିଲେ। ଗଲା କାଲି ରାତି ୩ ବଜେ ମୃତ ଦେହ ଠାବ କରି ଜିଆରପି ପୋଲିସ ଘରର ଲୋକେ ଖବର ଦେଇଥିଲେ । ମୃତ ଶ୍ରୀନିବାସ ଙ୍କର ମୁଡେ ଜୋର୍ ଆଘାତ ଲାଗିଥିବାର ସୂଚନା । ପରିବାର ଲୋକ ଆନଲେ ହତ୍ୟା ଅଭିଯୋଗ । ତାହାକୁ କିଏ ମାରି କରି ଫିକୀ ଦେଇଥିବାର ସନ୍ଦେହ । ମୃତ ଶ୍ରୀନିବାସ ଙ୍କର କିଛି ବଦଭ୍ୟାସ କିମ୍ବା କାହାର ସାଙ୍ଗେ ଶତ୍ରୁତା ନାଇ ଥାଇ। କି ସେ ଆତ୍ମହତ୍ୟା କରବାର ପିଲା ନାଇ ସେ କହିଛନ ପରିବାର ଲୋକେ । ଆଜି ବଲାଙ୍ଗିର ଭୀମ ଭୋଇ ଡ଼ାକ୍ତରଖାନା ରେ ତାଙ୍କର ଶବ ବ୍ୟବଚ୍ଛେଦ କରା ଯାଇଛେ । ପରିବାର ଲୋକଙ୍କର ଦାବି ଘଟଣା ର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ।