ଅପରାଧତାଜା ଖବର

ରାତି ଶୁଇଥିବା ଅବସ୍ଥାରେ ମହିଳା କୁ ଗଲା କାଟି ହତ୍ୟା ଘଟଣା ।

ଅଭିଯୁକ୍ତ କୁ କୋର୍ଟ ଚାଲାଣ ।

ଲାଞ୍ଜିଗଡ;୨୦/୦୭(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଗଲା ୧୨ତାରିଖ ରାତିରେ ଶୋଇଥିବା ଅବସ୍ଥାରେ ଜଣେ ମହିଲା କେ ତଟିକାଟି ହତ୍ୟା କରି ଅଭିଯୁକ୍ତ ଫେରାର ମାରିଥିଲା। ଫେରାର ର ୬ ଦିନ ପରେ ଭବାନୀପାଟଣା ସଦର ପୋଲିସ ଅଭିଯୁକ୍ତକେ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛେ। ସୂଚନା ହିସାବଥି ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତର ତାଳବରା ଗାଁର ଜନନୀ ହରିଜନଙ୍କର୍ ପରିବାର ଲୋକେ ଭବାନୀପାଟଣା ସଦର ବ୍ଲକ ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ୍ ମୂଷିଗୁଡା ଗାଁରେ ଦୀର୍ଘ ୧୦ ବରଷ୍ ହେଲା ପୋଡୁ ଚାଷ କରି ବସବାସ କରିଆସୁଥିଲେ। ଜନନୀ ହରିଜନଙ୍କର୍ ସ୍ୱାମୀ ମଙ୍ଗଲୀ ହରିଜନ୍ ୫ ବରଷ୍ ପୂର୍ବେ ମୃତ୍ୟୁବରଣ କରିଥିଲେ। ତାଙ୍କର ଗୋଟେ ପୁଅ ଆଉ ତିନିଟା ଝିଅ ନିଜର୍ ଗାଁ ତାଳବରା ଠାନେ ରହୁଥିବାର୍ ବେଲେ ମୂଷିଗୁଡାଥି ଘରେ ଜନନୀ ହରିଜନ (୬୧) ଆଉ ସୁଦାମା ହରିଜନ(୪୦) ଦୁଇଜଣ ମହିଲା ରାତିରେ ଶୋଇଥିବାବେଳେ ମୂଷିଗୁଡ଼ା ଗାଁର ସଂଜୀବ ନାଏକ (୨୦)ରାତିରେ ଆସି ଜନନୀ ନାଏକ କୁ ତଟିକାଟୀ ହତ୍ୟା କରି ଘଟଣା ଜାଗାରୁ ଫେରାର୍ ମାରିଥିଲେ। ଇତାକେ ନେଇଁ ମୃତକ ଙ୍କର୍ ପୁଅ ପ୍ରଦୀପ ହରିଜନ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଘଟଣା ଜାଗାକେ ଭବାନୀପାଟଣା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପଧାନ,ଏସଆଇ ସୁନିତା ସେଠି ସାଙ୍ଗେ କଳାହାଣ୍ଡି ସାଇନ୍ସଟିଫିକ ଟିମ ଆଉ କେ.ନାଇନ ଡଗ ସ୍କୁଆଡ଼ ଘଟଣା ଜାଗାରେ ପହଞ୍ଚି କେସ ନଂ ୩୨୪/୨୫ ରେ ଧାରା ୧୦୩(୧) ବିଏନଏସ )ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ତଦନ୍ତର ୬ଦିନ ପରେ ଅଭିଯୁକ୍ତ କୁ ଗିରଫ କରି ପୋଲିସ ପଚରାଉଚରା ଜାରି ରଖିଥିଲେ ଶେଷେ ଗୁଣି ଗାରେଡି ସନ୍ଦେହନେ ହତ୍ୟା କରିଛେ ବୋଲି ପୋଲିସ ଆଗରେ ସ୍ବିକାର କରିଥିବାର୍ ବେଲକେ ଆଜି ଅଭିଯୁକ୍ତକେ କେସ ନଂ ୨୩୪/୨୫ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!