ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ଦେବଝରଣ ଜଳପ୍ରପାତ ରେ ବୁଡ଼ି ଭୀମସାର ର ଦୁଇ ଡାକ୍ତରୀ ଛାତ୍ର ଛାତ୍ରୀ ଙ୍କର ମୃତ୍ୟୁ ।

ଅଧାରେ ରହିଗଲା ରୋଗୀସେବା ସପନ ।

ସମ୍ବଲପୁର;୨୬/୦୭(ମୋର୍ ସମିୟା) ଅଧା ରେ ରହିଗଲା ଡ଼ାକ୍ତରୀ ସେବା ର ସପନ। ଆଜି ବୁର୍ଲା ମେଡିକାଲ କଲେଜ ର ୬ ଜଣ ଛାତ୍ର ଛାତ୍ରୀ ସମ୍ବଲପୁର ଜିଲ୍ଲା ଯୁଯୁମୁରା ରେ ଥିବାର ଦେବଝରଣ ଜଳ ପ୍ରପାତ କେ ବୁଲବାର କେ ଯାଇଥିଲେ । ଜଳ ପ୍ରପାତ ରେ ଗାଧବାର ସମିୟା ରେ ୨ ଜଣ ବୁଡ଼ି ଯାଇଥିଲେ । ବୁଡି ଯିବାର ନୁ ୨ ଜଣ ଙ୍କର ମୃତ୍ୟୁ ହେଇଛେ । ମୃତକ ହେଲେ ଜଣେ ଛାତ୍ରୀ ଆର୍ ଜଣେ ଛାତ୍ର। ଜଣେ ଙ୍କର ଘର ଦିଲ୍ଲୀ ଓ ଆଉ ଜଣଙ୍କର ରାଜସ୍ଥାନ। ୬ ଜଣ ଙ୍କର ଭିତରୁ ୪ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଥିବାର ସୂଚନା । ଖବର ପାଇ ପହେଲା ଅଗ୍ନିଶମ ବାହିନୀ ଦୁଇ ଛାତ୍ର ଛାତ୍ରୀ କେ ଉଦ୍ଧାର କରିଥିଲେ । ଯୁଯୁମୁରା ଡାକ୍ତରଖାନା ନେବାର ପରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ଶେଷ ବର୍ଷ ର ଛାତ୍ରୀ ଛାତ୍ରୀ ବଲି ଜଣାପଡ଼ିଛେ । କଲେଜ୍ କତୃପକ୍ଷ ବାରମ୍ବାର କେତେଟା ନିର୍ଦ୍ଧିଷ୍ଟ ଜାଗା କେ ଯିବାର ଲାଗି ମନା କରବାର ସତ୍ତ୍ଵେ ବି ଜାଇ ଛାତ୍ର ଛାତ୍ରୀ ନିଜର ଜୀବନ ହରଉଛନ । ପ୍ରାଥମିକ ତଦନ୍ତ ରୁ ବର୍ଷା ଲାଗି ଅଧିକା ପାଣି ଆସୁଥିବାର ଲାଗି ଅସାବଧାନତା ଲାଗି ମୃତ୍ୟୁ ହେଇପାରେ ବଲି ଜଣାପଡୁଛେ । ମୃତ ଛାତ୍ରୀ ଙ୍କର ନା ମୋନିକା ମିନା ଓ ଛାତ୍ର ସନ୍ଦୀପ ପୁରୀ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!