ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ସାମ୍ବାଦିକ ଙ୍କ ପତ୍ନୀ ବିୟୋଗ, ଅଞ୍ଚଳରେ ଶୋକର ଛାୟା ।

ମା ଛେଉଣ୍ଡ ହେଲା ୪ ମାସର ପୁଅ ।

ଲାଞ୍ଜିଗଡ଼;୨୭/୦୭(ମୋର୍ ସମିୟା)ଲାଞ୍ଜିଗଡ଼ ପିଈଡବ୍ଲୁ ମିଡ଼ିଆ ଆସୋସିଏସନ୍ ସଦସ୍ୟ ତଥା ସାମ୍ବାଦିକ ମଳୟ ବେନୁଆଙ୍କ ପତ୍ନୀ ଦୁଲ୍ଲଣୀ ବେନୁଆଁ(୨୫)ଙ୍କର ରବିବାର ଅକାଳ ବିୟୋଗ ଘଟିଛି। ଦୁଲ୍ଲଣୀଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଖବର ପାଇ ବହୁ ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତି କରିବା ସହିତ ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ସିନ୍ଦିବାହାଲି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରି ଶୋକସନୃପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ’ ଦୁଲ୍ଲଣୀ ସିକିଲିନ୍ ରୋଗରେ ଦୀର୍ଘଦିନ ଧରି ପୀଡିତ ହୋଇ ବିଷମକଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।ବର୍ତମାନ ମାଁ ଛେଉଣ୍ଡ ହେଲା ଚାରି ମାସର ଶିଶୁ ପୁତ୍ର।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!