ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ନିଜର ୧୨ ବର୍ଷ ର ସାନ ଭାଇ କେ ହତ୍ୟା କଲା ୧୭ ବର୍ଷ ର ବଡ଼ ଭାଇ,ଟିଟିଲାଗଡ଼ ରେ ଚାଞ୍ଚଲ୍ୟ ।

ଭାଇ ସାଜଲା ଭଗାରି।

ବଲାଙ୍ଗିର;୦୯/୦୮(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ହାଟପଦା ପଡ଼ା ରେ ଚାଞ୍ଚଲ୍ୟ କର ଘଟଣା । ନିଜର ୧୨ ବର୍ଷ ର ସାନ ଭାଇ କେ ହତ୍ୟା କରି ତୁପିଦେଲା ୧୭ ବର୍ଷ ବଡ଼ ଭାଇ । ପାଖାପାଖି ୬ ମାସ ଆଗରୁ ଘରର ଲୋକ ଆସି ଟିଟିଲାଗଡ଼ ଥାନା ରେ ସାନ ପୁଅ ହଜି ଯାଇଥିବାର ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଟିଟିଲାଗଡ଼, ଭବାନୀପାଟଣା, ଖରିଆର, ରାୟପୁର ଆଦି ଜାଗା ରେ ସିସିଟିଭି ଯାଞ୍ଚ କରିଥିଲେ, କିନ୍ତୁ କିଛି ସୁରାଗ ନାଇ ପାଇ ପାରିଥିଲେ । କିନ୍ତୁ ଦିନେ ମୃତକ ନାବାଳକ ର ମା ଦେଖିଥିଲେ ବଡ଼ ପୁଅ ଘରକେ ଫିନାଇଲ ଦେଇ ଘର୍ କେ ପୁଛା ମାରୁଥିବର୍,ପରେ ମା ନିଜେ ଆସି ଥାନା ରେ ଅଭିଯୋଗ କରିଥିଲେ କି ମତେ ମୋର୍ ବଡ଼ ପୁଅ କେ ସନ୍ଦେହ ଲାଗୁଛେ । ପରେ ପୋଲିସ ବଡ଼ ଭାଇ କେ ଡ଼ାକି ପଚରାଉଚରା କରବାର ନୁ ବଡ଼ ଭାଇ ପୋଲିସ ପାଖେ ସବୁ ସତ୍ କଥା ମାନି ଯାଇଥିଲା । ଆଜି ପୋଲିସ ହତ୍ୟାକାରୀ ବଡ଼ ଭାଇ କେ ନେଇ କେନ୍ତା କରି ହତ୍ୟା କରିଥିଲା ସେ ଘଟଣା ର ଦୃଶ୍ୟ ପୋଲିସ ସାମ୍ନା ରେ ଦେଖେଇଛେ। ମୃତ ଦେହ କେ ତୁପି ଥିବାର୍ ଜାଗା ରୁ ମାଟିତଲୁ ଉଦ୍ଧାର କରିଛେ ପୋଲିସ । ବଡ଼ଭାଇ ହତ୍ୟା କଲା ପରେ ଘର ର ବଡ଼ିଆଡ଼େ ପହେଲା ପୁତିଥିଲା ପରେ ରାତି ରେ ଘରେ ସଭେ ଶୁଇଲା ପରେ ଘର ବାଡ଼ି ନୁ ମୃତ ଦେହ କେ କାଢି ଘରୁ ଫେର ୪୦୦ ରୁ ୫୦୦ ମିଟର ଦୁରିଆ ରେ ପୁତିଥିଲା ହତ୍ୟାକାରୀ । କିନ୍ତୁ ମୃତକ ସାନ ଭାଇ ଜଣେ ବି ନାବାଳକ ଓ ହତ୍ୟା କରିଥିବାର ବଡ଼ ଭାଇ ଜଣେ ବି ନାବାଳକ, ଏବେ ସବୁ ନୁ ବଡ଼ ପ୍ରଶ୍ନ କି ଇ ଘଟଣା ରେ ଖାଲି ବଡ଼ ଭାଇ ର ସଂପୃକ୍ତି ଅଛେ ନା ବଡ଼ ଭାଇ କେ ଇ କାମ କରବାର ରେ ଆଉ କିଏ ସହଯୋଗ କରିଛେ ?
କିନ୍ତୁ ଆଜି ବଲାଙ୍ଗିର ଏସପି କରିଛନ ହତ୍ୟାକାଣ୍ଡ ର ଖୁଲାସା। ସାନ ଭାଇ ଜନ୍ମ ହେଲା ପରେ ମା ବାପା ବଡ଼ ଭାଇ କେ ଅଣଦେଖା କରି ସାନ ଭାଇ କେ ଅଧିକ ଭଲ ପାଇବାର ଦେଉଥିବାର ନୁ ସାନ ଭାଇ କେ ହତ୍ୟା କରିଥିବାର କହୁଛେ ଅଭିଯୁକ୍ତ । ହତ୍ୟା କରିଥିବାର ଛୁରି ଓ ମୃତଦେହ କେ ବାନ୍ଧିକରି ତୁପି ନେଇଥିବାର ଶାଢ଼ୀ କେ ପୋଲିସ କେ ଦେଇଛେ ହତ୍ୟାକାରୀ ବଡ଼ ଭାଇ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!