ପେଟ୍ରୋଲ ଢ଼ାଳି ନିଜକେ ଆତ୍ମାହୁତି ଦେବାର କେ ଚେଷ୍ଟା କଲେ ନାବାଳିକା, ଦରପୁଡ଼ା ଦିହି ଉଦ୍ଧାର ।
ଘଟଣା ର କାରଣ ଅସ୍ପଷ୍ଟ।

ବରଗଡ଼;୧୧/୦୯(ମୋର୍ ସମିୟା) ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁ ରେ ଚାଞ୍ଚଲ୍ୟକର ଘଟଣା । ଫୁଟବଲ ପଡିଆ ରେ ନିଜକେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେବାର କେ ଚେଷ୍ଟା କଲେ ୧୩ ବର୍ଷ ର ନାବାଳିକା । ଦରପୁଡ଼ା ଦେହ ଉଦ୍ଧାର କଲେ ଗ୍ରାମବାସୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନାବାଳିକା ନିଜେ ପେଟ୍ରୋଲ ଢ଼ାଲି ଆତ୍ମହତ୍ୟା ଉଦ୍ୟମ କଲେ କିମ୍ବା ତାହାକୁ କିଏ ଜାଳି ଦେବାର କେ ଚେଷ୍ଟା କରିଛେ ସେଟା ସ୍ପଷ୍ଟ ନାଇହେବାର୍। କିନ୍ତୁ ଗ୍ରାମବାସୀ ଙ୍କର କହିବାର ଅନୁସାରେ ନାବାଳିକା ନିଜେ ଜାଳି ହେଇଥିବାର ସୂଚନା । ନାବାଳିକା ଙ୍କର ମାମୁ ଘର ଗାଁ ରେ ଘଟିଛେ ଇ ଘଟଣା । ପୋଡିଯିବାର ଅଧାଘଣ୍ଟା ନୁ ଅଧିକା ସମିୟା ହେଇଗଲେ ବି ପୋଲିସ ପ୍ରଶାସନ କିମ୍ବା ଆମ୍ବୁଲାନ୍ସ ପହଞ୍ଚିବାର ରେ ବହୁତ୍ ଡେରି ହେଇ ଯାଇଥିଲା । ପରେ ଆମ୍ବୁଲାନ୍ସ ଆସବାର ପହଞ୍ଚିବାର ପରେ ଗୁରୁତର ଅବସ୍ଥା ରେ ନାବାଳିକା କେ ବରଗଡ଼ ସ୍ଥାନାନ୍ତର କରାଯାଇଛେ । ପହେଲା ବାଲେଶ୍ବର, ବଳଙ୍ଗା,ପଟ୍ଟାମୁଣ୍ଡାଇ ଆର ଏବେ ଫେର ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ନାବାଳିକା ପୁଡିଯିବାର ଘଟଣା ସାରା ଓଡ଼ିଶା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛେ । ନାବାଳିକା ଙ୍କର ଅଧା ରୁ ଅଧିକା ଦେହ ପୁଡି ଯାଇଥିବାର କହୁଛନ ପ୍ରତ୍ୟକ୍ଷଦର୍ଶୀ । କିନ୍ତୁ ନାବାଳିକା କଥା କହି ପାରୁଥିବାର ଜଣାପଡ଼ିଛେ । ମତେ ଡାକ୍ତରଖାନା ନିଅ କହୁଥିଲେ ନାବାଳିକା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ।