
ବଲାଙ୍ଗିର;୧୩/୦୮(ମୋର୍ ସମିୟା) ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ଛାତ୍ର କଂଗ୍ରେସ ର ନିଆରା ପ୍ରତିବାଦ। ଅନେକ ଦିନ ଧରି ବିଶ୍ୱ ବିଦ୍ୟାଳୟ ର ସବୁ ବ୍ଲକ୍ ରେ ପାଏନ ର ଅସୁବିଧା ଦେଖବାର କେ ମିଲୁଛେ । ବାରମ୍ବାର ଛାତ୍ର ଛାତ୍ରୀ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କେ ଅବଗତ କଲା ପରେ ବି କଲେଜ୍ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନାଇ ନେବାର ନୁ ଆଜି ଛାତ୍ର କଂଗ୍ରେସ ତରଫ ରୁ ଛାତ୍ର ଛାତ୍ରୀ ମାନେ ହାତେ ମାଠିଆ ଧରି ଭିସି ଙ୍କର ଅଫିସ କେ ଧସେଇ ପଶିଥିଲେ । ଯଦି କଲେଜ୍ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନାଇ ନେଲେ ଆମେ ନିଜେ ମାଠିଆ ରେ ପାଏନ ଭରମୁ ଆର୍ ରଖମୁ ବଲି ଚେତାବନୀ ଦେଇଛନ ଛାତ୍ର ଛାତ୍ରୀ। କଥା ରେ ଅଛେ “ଜଳ ହିଁ ଜୀବନ” କିନ୍ତୁ ସେ ମୌଳିକ ଅଧିକାର ନୁ କାହାକେ ବଞ୍ଚିତ ନାଇ କରବାର କେ ଅନୁରୋଧ କରିଛନ ଛାତ୍ର ଛାତ୍ରୀ। ଇ ତାର ସମାଧାନ ହେଲେ ଉଭୟ ଛାତ୍ର ଛାତ୍ରୀ ଆର୍ ଶିକ୍ଷକ ଦୂଷିତ ପାଣି ନୁ ମୁକ୍ତି ପାଇ ଭଲ ପାଏନ ପି ପାରବେ ବଲି ମତାମତ ରଖିଛନ ଛାତ୍ର ଛାତ୍ରୀ।