ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ
ସୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ, ନୂଆଁଖାଇ ଲାଗି ଦୁଲକୁଛେ ସାରା ପଶ୍ଚିମ ଓଡ଼ିଶା।
ଭାବର ତିହାର ନୂଆଁଖାଇ।

ବଲାଙ୍ଗିର;୨୮/୦୮(ମୋର୍ ସମିୟା) ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ଲାଗି ଦୁଲକୁଛେ ସାରା ପଶ୍ଚିମ ଓଡ଼ିଶା। ଶୁଭ ଲଗ୍ନ ଅନୁସାରେ ଇଷ୍ଟଦେବୀ ମା ସମଲେଇ ଠାନେ ନୂଆ ଧାନ ରେ ଲାଗି ସାରିଛେ ନବାନ୍ନ। ମା ସମଲେଇ ସାଙ୍ଗେ ପାର୍ଶ୍ଵ ଦେବାଦେବୀ ଙ୍କର ଠାନେ ବି ଲାଗି ସାରିଛେ ନବାନ୍ନ। ଇଷ୍ଟଦେବୀ ଙ୍କର ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ସାରା ପଶ୍ଚିମାଞ୍ଚଳ ର ଲୋକେ । ଇ ଭାଇଚାରା ଓ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲାଗି ଯେତେ ଦୂର ରେ ଥିଲେ ବି ସଭେ କୁଟୁମ୍ ଏକା ସାଙ୍ଗେ ବସି ନୂଆଁ ଖାଏସନ। ସଭେ ନୂଆଁଖାଇ ସାରଲା ପରେ ସାନ ମାନେ ବଡ଼ ମାନକେ ଜୁହାର କରି ଥିସନ। ଆମର ପରମ୍ପରା,ସସ୍କୃତି ସାଙ୍ଗେ ରାଗ ଅଭିମାନ କେ ଭୁଲି ଏକତା ରେ ରହିବାର ଏନ୍ତା ଅନେକ ବାର୍ତ୍ତା ଦେଇଥିସୀ ଇ ପରୁହାଁ ତିହାର ନୂଆଁଖାଇ ।
ନୂଆଁଖାଇ ଉଧେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ଅନେକ ବରିଷ୍ଠ ବ୍ୟକ୍ତି ପଶ୍ଚିମ ଓଡ଼ିଶା ବାସୀ କେ ନୂଆଁଖାଇ ଶୁଭେଛା ଜଣେଇଛନ ।