ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
୧୬ ନୂଆ ଏନଏସି ଓ ୭ ନୂଆ ମ୍ୟୁନିସିପାଲଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ଅଞ୍ଚଳବାସି ଙ୍କର ଭିତରେ ଖୁସି ।

ବଲାଙ୍ଗିର;୩୧/୦୮(ମୋର୍ ସମିୟା) ସ୍ୱାୟତ୍ତ ଶାସନ ଦିବସ କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଲେ ବଡ଼ ଘୋଷଣା । ରାଏଯେ ନୂଆ ୧୬ ଏନଏସି ସାଙ୍ଗେ
୭ ନୂଆ ମ୍ୟୁନିସିପାଲଟି ଘୋଷଣା କଲେ ସରକାର । ୧୬ ନୂଆ ଏନସସି ଭିତରେ ରହିଛେ ବଲାଙ୍ଗିର ଜିଲ୍ଲା ର ଲୋଇସିଂହା,ବରଗଡ଼ ଜିଲ୍ଲା ର ସୋହେଲା, କଟକ ଜିଲ୍ଲା ର ବଡମ୍ବା, ନରସିଂହପୁର,ସାଲେପୁର, ଢେଙ୍କାନାଳ ଜିଲ୍ଲା ର ଗଁଦିଆ, ଗଞ୍ଜାମ ଜିଲ୍ଲା ର ପାତ୍ରପୁର, ଜଗନ୍ନାଥପ୍ରାସାଦ, ଯାଜପୁର ଜିଲ୍ଲା ର ଚଣ୍ଡିଖୋଲ,କଳାହାଣ୍ଡି ଜିଲ୍ଲା ର ନର୍ଲା, ଜୟପାଟଣା, ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ,କୋରାପୁଟ ଜିଲ୍ଲା ର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲା ର କପ୍ତିପଦା, ଯଷିପୁର, ରାସଗୋବିନ୍ଦପୁର ରହିଛେ ।
ନୂଆ ମ୍ୟୁନିସିପାଲଟି ୭ ଟା ହେଲା ମୟୂରଭଞ୍ଜ ଜିଲ୍ଲା ର କରଞ୍ଜିଆ,ବୌଦ୍ଧ ଜିଲ୍ଲା ର ବୌଦ୍ଧ, ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର, ଆସ୍କା, ଛତ୍ରପୁର କବିସୂର୍ଯ୍ୟନଗର ଓ ପୋଲସରା ରହିଛେ ।