ଅପରାଧତାଜା ଖବର

ବୁର୍ଲା ପିସି ବ୍ରିଜ ତଲୁ ଭିସୁଟ ଛାତ୍ର ଙ୍କର ସନ୍ଦେହ ଜନକ ମଲା ଦିହି ଉଦ୍ଧାର।

ମୃତ୍ୟୁ ର କାରଣ ଅସ୍ପଷ୍ଟ।

ସମ୍ବଲପୁର;୨/୦୯(ମୋର୍ ସମିୟା) ବୁର୍ଲା ଭିସୁଟ୍ ଛାତ୍ର ଙ୍କର ସନ୍ଦେହ ଜନକ ମଲା ଦିହି ଉଦ୍ଧାର କରିଛେ ବୁର୍ଲା ଥାନା ପୋଲିସ । ଆଜି ପିସି ବ୍ରିଜ ତଲୁ ଇଞ୍ଜିନିୟରିଙ୍ଗ କଲେଜ୍ ର ମେକାନିକାଲ ଶେଷ ବଛର୍ ର ଛାତ୍ର ଅଞ୍ଜନେୟ ଦାସ ଙ୍କର ମଲା ଦିହି ପିସି ବ୍ରିଜ ତଲେ ମିଳିଥିଲା । ତାଙ୍କର ଘର୍ ଯାଜପୁର ଜିଲ୍ଲା ରେ ଥିବାର ବେଲକେ ସେ ଛାତ୍ରାବାସ ରେ ରହି ପାଠ ପଢୁଥିଲେ । ଛାତ୍ରାବାସ ରୁ ସେ ବ୍ରିଜ କେ କେନ୍ତା କରି ଆସଲେ, ତାହାକୁ କିଏ ହତ୍ୟା କରିଛେ କି ନିଜେ ଆତ୍ମହତ୍ୟା କରିଛନ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାକର ପିଲା କେ ହତ୍ୟା କରିଥିବାର ଅଭିଯୋଗ ଆନିଛନ । ପୋଲିସ ମୃତ ଦେହ କେ ଉଦ୍ଧାର କରି ଭିମସାର ଡାକ୍ତରଖାନା କେ ନେଇ ଘଟଣା ର ତଦନ୍ତ ମୁଲ କରିଛେ । ମୃତ ଦେହ ପାଖୁ ଛାତ୍ର ଙ୍କର ଚପଲ ଓ ରକ୍ତ ଦେଖବାର କେ ମିଳିଥିଲା ।
ଛାତ୍ର ରାତି ୮ ବଜେ ବ୍ରିଜ କେ ଆସିଥିଲେ ଓ ପାଖାପାଖି ରାତି ୧୧ ବଜେ ତାଙ୍କର ମୃତ୍ୟୁ ର ଖବର ଜଣେ ୟୁପି ରେ ରହୁଥିବାର ଝିଅ ଅଞ୍ଜନେୟ ପିସି ବ୍ରିଜ ତଲେ ପଡ଼ି ଯାଇଥିବାର ନେଇ ମୃତ ଛାତ୍ର ଙ୍କର ଦୁଇଟା ସାଙ୍ଗ କେ ଜଣେଇଥିଲେ । ଜେନ ଦୁଇଜଣ ଛାତ୍ର ଆସି ଉଦ୍ଧାର କରିଥିଲେ ଏବେକା ପୋଲିସ ତାହାକୁ ପଚାର ଉଚରା କରୁଛେ । ୟୁପି ରେ ରହିଥିବାର ଝିଅ ବୁର୍ଲା ଅଞ୍ଚଳ ର ବଲି ଜଣା ପଡ଼ିଛେ । ଛାତ୍ର ଜଣକ ପିସି ବ୍ରିଜ ତଲେ ପଡ଼ି ଯାଇଥିବାର ଖବର ୟୁପି ରେ ରହିଥିବାର ଝିଅ ଙ୍କର ପାଖକେ କେନ୍ତା ଗଲା ଇଟା ଏବେ ରହୁଛେ ବଡ଼ ପ୍ରଶ୍ନ ? ବୁର୍ଲା ପୋଲିସ ଆରମ୍ଭ କରିଛେ ତଦନ୍ତ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!