ନୂଆପଡ଼ା ଉପ ନିର୍ବାଚନ ଲାଗି ଘୋଷଣା ହେଲା ତାରିଖ, ନଭେମ୍ବର ୧୧ ରେ ଭୋଟ୍ ।
ତିନି ଦଲ ଭିତରେ ଜୋରଯାର ପ୍ରସ୍ତୁତି।

ନୂଆପଡ଼ା;୦୭/୧୦(ମୋର୍ ସମିୟା) ନୂଆପଡ଼ା ଉପ ନିର୍ବାଚନ ଲାଗି ଘୋଷଣା ହେଲା ତାରିଖ । ବିହାର ବିଧାନସଭା ନିର୍ବାଚନ ସାଙ୍ଗେ ନୂଆପଡ଼ା ନିର୍ବାଚନ ର ତାରିଖ ଘୋଷଣା କଲେ ନିର୍ବାଚନ କମିଶନର। ଆଏବାର ୨୦ ତାରିଖ ନାମାଙ୍କନପତ୍ର ଦାଖଲ ର ଶେଷ ତାରିଖ । ପ୍ରାର୍ଥୀପତ୍ର ଯାଞ୍ଚ ୨୨ ଅକ୍ଟୋବର। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ୨୪ ଅକ୍ଟୋବର । ନଭେମ୍ୱର ୧୧ ରେ ଭୋଟ । ଆର୍ ନଭେମ୍ୱର ୧୪ ରେ ଭୋଟ ଗଣତି ରହିଛେ । ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆ ଙ୍କର ମୃତ୍ୟୁ ପରେ ଖାଲି ପଡ଼ିଛେ ନୂଆପଡ଼ା ଆସନ। ବିଜେପି ସରକାର କେ ଆସବାର ପରେ ଇଟା ପହେଲା ଉପ ନିର୍ବାଚନ। ନୂଆପଡ଼ା ଆସନ ରୁ ୨୦୧୪ ରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଥିଲେ ସ୍ୱର୍ଗତ ରାଜେନ୍ଦ୍ର ଢ଼ୋଲକିଆ । ୨୦୧୯ ରୁ ବିଜୁ ଜନତା ଦଳ ରୁ ବି ଟିକେଟ ପାଇ ଜିତିଥିଲେ । ପରେ ୮ ସେପ୍ଟେମ୍ବର ୨୦୨୫ ରେ ତାଙ୍କର ଦେହାନ୍ତ ହେଇଥିଲା । ଉପ ନିର୍ବାଚନ କେ ନେଇ ତିନି ଦଳ ଭିତରେ ଚାଲିଛେ ଜୋରଯାର ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ଙ୍କର ଘନଘନ ନୂଆପଡ଼ା ଗସ୍ତ । କଂଗ୍ରେସ ଗଲା ଥର ସ୍ଵାଧୀନ ପ୍ରାର୍ଥୀ ଘାସିରାମ ମାଝି କେ ପ୍ରାର୍ଥୀ କରି ଭୋଟ ହାତାବାର କେ କରୁଛେ ଚେଷ୍ଟା । ସ୍ୱର୍ଗତ ଢ଼ୋଲକିଆ ଙ୍କର ପୁଅ କେ ବିଜେଡ଼ି ରୁ ପ୍ରାର୍ଥୀ ନେଇ ଚର୍ଚ୍ଚା। ଇଥର ମୋଟ ୧ ଲକ୍ଷ ୨୨ ହଜାର ୧୦୩ ପୁରୁଷ ଓ ୧ ଲକ୍ଷ ୨୬ ହଜାର ୧୩୨ ମହିଳା, ୪ ହଜାର ଭିନ୍ନକ୍ଷମ ଦେବେ ଭୋଟ । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ଟା ମତଦାନ କେନ୍ଦ୍ର ରହିଛେ । ବୃଦ୍ଧା ଙ୍କର ଲାଗି ଘରେ ଭୋଟ ର ହେବା ବ୍ୟବସ୍ଥା।
କିଏ ନେଉଛେ ନୂଆପଡ଼ା ଆସନ ? ଦେଖବାର କେ ଟାକି ରହିଛନ ନେତା ଆର୍ ଜନତା । ତିନି ଦଳ ଭିତରେ ମଇଦାନ ଚାଲିଛେ ଜୋରଯାର କସରତ ।