ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ନୂଆପଡ଼ା ଉପ ନିର୍ବାଚନ ରେ ଘାସିରାମ ମାଝି ଙ୍କୁ ଟିକେଟ୍ ଦେଲା କଂଗ୍ରେସ।
ଘାସିରାମ ଙ୍କର ଉପରେ କଂଗ୍ରେସ ର ଭରସା।

ନୂଆପଡ଼ା;୦୮/୧୦(ମୋର୍ ସମିୟା) ଗଲା କାଲି ନୂଆପଡ଼ା ଉପ ନିର୍ବାଚନ ଲାଗି ତାରିଖ ଘୋଷଣା ହେଇଥିବାର ବେଲକେ, ଆଜି କଂଗ୍ରେସ ଘୋଷଣା କରିଛେ ପ୍ରାର୍ଥୀ। ଅନେକ ଚର୍ଚ୍ଚା ପରେ ଆଜି ଘାସିରାମ ମାଝି କେ ଟିକେଟ ଦେଇଛେ କଂଗ୍ରେସ ଦଲ୍। ଗଲା ନିର୍ବାଚନ ରେ ସ୍ଵାଧୀନ ପ୍ରାର୍ଥୀ ରେ ଲଢ଼ି ପ୍ରାୟ ୫୦ ହଜାର ନୁ ଅଧିକା ଭୋଟ ପାଇଥିଲେ ଘାସିରାମ ମାଝି । କଂଗ୍ରେସ ଦଲ ପହେଲା ଘୋଷଣା କରିଛେ ପ୍ରାର୍ଥୀ ଙ୍କର ନା । ୨୦୧୪ ଆର୍ ୨୦୧୯ ରେ କଂଗେସ ଦଲ ରୁ ଟିକେଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଘାସିରାମ ମାଝି । ୨୦୨୪ ରେ ବି ସ୍ଵାଧୀନ ପ୍ରାର୍ଥୀ ରେ ଲଢ଼ି ଦ୍ଵିତୀୟ ସ୍ଥାନ ରେ ରହିଥିଲେ । କଂଗ୍ରେସ ଏବେ ଘାସିରାମ ମାଝି ଙ୍କର ଉପରେ କରିଛେ ବିଶ୍ୱାସ ।
ଆଏବାର ଅକ୍ଟୋବର ୨୦ ରେ ନାମାଙ୍କନ ଦାଖଲ ର ଶେଷ ତାରିଖ । ନଭେମ୍ବର ୧୧ ରେ ଭୋଟ ଓ ନଭେମ୍ବର ୧୪ ରେ ଭୋଟ ଗଣତି। ସମିୟା ଜେତକି ପାଖକେ ଆସୁଛେ ମଇଦାନ ରେ ତିନି ଦଳ ଭିତରେ ସେତକି ଚାଲିଛେ ଜୋରଯାର ପ୍ରସ୍ତୁତି।