ଜୟ ଢୋଲକିଆ ବିଜେପି ରେ ସାମିଲ୍ ହେବାର ପରେ ପ୍ରତିକ୍ରିୟା ରଖଲା ବିଜେଡ଼ି; ବିଜେପି ରେ ବିକ୍ରି ହେଲେ ଜୟ ।
ବିଜେଡ଼ି ର କଡ଼ା ସମାଲୋଚନା ।

ଭୁବନେଶ୍ଵର;୧୨/୧୦(ମୋର୍ ସମିୟା) ନୂଆପଡ଼ା ର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କର ପୁଅ ଜୟ ଢୋଲକିଆ ଆଜି ବିଜେପି ରେ ସାମିଲ୍ ହେଲା ପରେ ପ୍ରତିକ୍ରିୟା ରଖିଛେ ବିଜେଡ଼ି । ବିଜେଡ଼ି ନେତା ପ୍ରତାପ ଜେନା ଜୟ ଢୋଲକିଆ ଙ୍କୁ କରିଛନ କଡା ସମାଲୋଚନା ।
ସେ କହିଛନ ବିଜେପି ଦଳ ର ଘୋଡ଼ା ବେପାର ରେ ବିକ୍ରି ହେଇଗଲେ ଜୟ । ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ ଇ କଥା କେ ଗ୍ରହଣ ନାଇ କରିଥିତେ। ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆ ଙ୍କର ପୋଷ୍ୟପୁତ୍ର ହେଥିର୍ ଲାଗି ସେ ଏନ୍ତା କାମ କଲେ, ଯଦି ସତେ ରାଜେନ୍ଦ୍ର ଢୋଲକିଆ ଙ୍କର ରକ୍ତ ଥିତା ତାହେଲେ ସେ ଏନ୍ତା କାମ ନାଇ କରିଥିତେ କହି ଜୟ କେ ଟାର୍ଗେଟ କରିଛନ ବିଜେଡ଼ି ନେତା ପ୍ରତାପ ଜେନା । ଇ କଥା କେ ନୂଆପଡ଼ା ବାସି ଗ୍ରହଣ ନାଇ କରନ୍ କହିଛନ ପ୍ରତାପ ଜେନା । ଗଲା କେତେ ଦିନ ଆଗରୁ ସେ କହିଥିଲେ ମୋର୍ ନେତା ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ତାହାକେ ମୁଇଁ ଅକ୍ଷରେ ଅକ୍ଷରେ ପାଳନ କରମୀ । କିନ୍ତୁ କାଣା ଏନ୍ତା ହେଲାଜେ ସେ ବିଜେପି ରେ ସାମିଲ୍ ହେଲେ ? କିନ୍ତୁ ବିଜେପି ରେ ସାମିଲ୍ ହେଲେ ବି ବିଜେଡ଼ି କେ କିଛି ଫରକ୍ ନାଇ ପଡେ କହିଛେ ବିଜେଡ଼ି ।