ନୂଆପଡ଼ା ଉପ ନିର୍ବାଚନ ଲାଗି ବିଜେପି ଆଡୁ ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ।
କାଲି କରବେ ନାମାଙ୍କନ ଦାଖଲ।

ନୂଆପଡ଼ା;୧୫/୧୦(ମୋର୍ ସମିୟା) ନୂଆପଡ଼ା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଜୟ ଢୋଲକିଆ ଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି । ଗଲା କେତେ ଦିନ ଆଗରୁ ବିଜେପି ରେ ସାମିଲ୍ ହେଇଥିଲେ ଜୟ ଢୋଲକିଆ। ସବୁ ଆଡ଼େ ଚର୍ଚ୍ଚା ଚାଲିଥିଲା ବିଜେପି କହାକେ କରବା ପ୍ରାର୍ଥୀ ? କିନ୍ତୁ ଆଜି ସବୁ ଚର୍ଚ୍ଚା ରେ ଲାଗିଛେ ବ୍ରେକ୍। ଜୟ ର ଉପରେ ଭରସା କରିଛେ ବିଜେପି । ଆଏବାର କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କର ଉପସ୍ଥିତି ରେ ବିରାଟ ଶୋଭାଯାତ୍ରା ରେ ବାହାରି ନାମାଙ୍କନ ଦାଖଲ କରବେ ଜୟ ଢୋଲକିଆ । ଆଜି ରାଜ୍ୟ ସଭାପତି ଙ୍କର ନୂଆପଡ଼ା ଗସ୍ତ ରେ ହଜାର ହଜାର କଂଗ୍ରେସ ଓ ବିଜେଡ଼ି ରୁ କର୍ମୀ ମାନେ ବିଜେପି ରେ ସାମିଲ୍ ହେବାର ସୂଚନା ।
ଆଗରୁ ଘାସିରାମ ମାଝି ଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା କଂଗ୍ରେସ । ଆର୍ ଆଜି ଜୟ ଢୋଲକିଆ କେ ବିଜେପି ପ୍ରାର୍ଥୀ ଭାବେ ହେଇଛେ ଘୋଷଣା । କିନ୍ତୁ ଏବେତକ ବି ଘୋଷଣା ନାଇ ହେବାର ବିଜେଡ଼ି ପ୍ରାର୍ଥୀ । ପ୍ରଚାର ମଇଦାନ ରେ ବିଜେପି ଆର୍ କଂଗ୍ରେସ । ଉପ ନିର୍ବାଚନ ଆଗରୁ ତିନି ଦଳ ଭିତରେ ଚାଲିଛେ ଯୋରଦାର ପ୍ରସ୍ତୁତି।