ଅପରାଧତାଜା ଖବର

ଦୁକାନେ ପଶି ୨୦ ଟଙ୍କିଆ ପାଉଁରୁଟି ଟେ ଖାଇଦେଲା ବଲି ଷଣ୍ଢ କେ ମାରିଦେଲା ଦୋକାନୀ

ଦୋକାନୀ ଗିରଫ ।

ସମ୍ବଲପୁର;୦୩/୧୧(ମୋର୍ ସମିୟା) ୨୦ ଟଙ୍କିଆ ପାଉଁରୁଟି ଟେ ଲାଗି ବଲି ନିରୀହ ପଶୁ କେ ହତ୍ୟା କଲା ମଣିଷ । ଭୁଲିଗଲା ମାନବିକତା । ଏନ୍ତା ଗୁଟେ ଘଟଣା ଘଟିଛେ ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳ ରେ । ହୀରାକୁଦ ବଜାର ର ଶିବରାମ ମହାନ୍ତି ନାମକ ଗୁଟେ ଦୋକାନୀ ର ଦୁକାନ ରୁ ରବିବାର ସକାଳେ ଗୁଟେ ଷଣ୍ଢ ୨୦ ଟଙ୍କିଆ ପାଉଁରୁଟି ଖାଇ ଦେଇଥିଲା । ଖାଇ ଦେବାର ଉତାରୁ ଦୋକାନୀ ରାଗେ ପାଖେ ଥିବାର ଗୁଟେ ଧାରୁଆ ଚକୁ ରେ ଷଣ୍ଢ କେ ଭୂଷି ଦେଇଥିଲେ । ଜୀବନ ବିକଲ ରେ ଷଣ୍ଢ ଇଆଡେ ସଆଡେ ଦୌଡ଼ିବାର୍ ରେ ଲାଗଲା । କିନ୍ତୁ କିଛି ମିନିଟ ଭିତରେ ହିଁ ଷଣ୍ଢ ର ଜୀବନ ଚାଲିଗଲା । ଘଟଣା ସ୍ଥଳରେ ଦେଖେନହାରି ଲୋକ ଦୋକାନୀ କେ କାବୁ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ରେ ହୀରାକୁଦ ପୋଲିସ ପହଞ୍ଚି ଦୋକାନୀ ବିରୁଦ୍ଧ ରେ ମାମଲା ରୁଜୁ କରି ଦୋକାନୀ ଶିବରାମ ମହାନ୍ତି କେ ଗିରଫ କରିଛେ । ହତ୍ୟା କରିଥିବାର ଚାକୁ କେ ବି ଜବତ୍ କରିଛେ ପୋଲିସ୍ ।ଘଟଣା କେ ନେଇ ଗୋସେବକ ସଂଘ ଆର୍ ବଜରଙ୍ଗ ଦଳ ଆଡୁ ଲିଖିତ ମାଧ୍ୟମ ରେ ଏତଲା ଦିଆଯାଇଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!