
ନୂଆପଡ଼ା;୧୪/୧୧(ମୋର୍ ସମିୟା) ବିଜେଡ଼ି ହାତ ରୁ ଗଲା ନୂଆପଡ଼ା ଆସନ। ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ର ବିଜୟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଭୋଟ ରେ ଜିତିଛନ । ଦୁଇ ନମ୍ୱର୍ ସ୍ଥାନ ରେ ଅଛନ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି । ସେ ୪୦ ହଜାର ୧୨୧ ଭୋଟ ପାଇଛନ । ତିନ ନମ୍ବର ସ୍ଥାନ ରେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ତାହାକୁ ୩୮ ହଜାର ୪୦୮ ଭୋଟ ମିଲିଛେ । ୧୧ ବଛର୍ ପରେ ଫେରଥରେ ବିଜେପି ହାତକେ ଆସିଛେ ନୂଆପଡ଼ା ଆସନ । ନୂଆପଡ଼ା ର ଫଳାଫଳ ଆସବାର ପରେ ସମକେ ଆଶ୍ଚର୍ଯ୍ୟ କରି ଦେଇଛେ। କାରଣ ବିଜେପି ର ନେତା ମାନେ କହୁଥିଲେ ଦଳ ୫୦ ହଜାର ଭୋଟ ରେ ଜିତବା । ଜୟ ଙ୍କର ବିଜୟ ପରେ ଭିନଭିନ ଜାଗା ର ବିଜେପି କାର୍ଯ୍ୟାଳୟ ରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କର ଭିତରେ ଖୁସି ର ଲହରୀ ଖେଲି ଯାଇଛେ। ୨୦୨୪ ନିର୍ବାଚନ ରେ ରାଜେନ୍ଦ୍ର ଢୋଲକିଆ ପାଇଥିବାର ଭୋଟ ନୁ ବି ଅଧିକା ଭୋଟ ପାଇଛନ ପୁଅ ଜୟ ଢୋଲକିଆ।




