ତାଜା ଖବର

ଧାନ ଘିନାବିକା କେ ନେଇ ଚାଷୀ ଅସନ୍ତୋଷ,ଜାତୀୟ ରାଜପଥ ଅବରୋଧ କଲେ ଚାଷୀ।

ପୋଲିସ ଚାଷୀ ମୁହାଁମୁହିଁ ପରିସ୍ଥିତି।

ବରଗଡ଼;୦୯/୧୨(ମୋର୍ ସମିୟା) ବରଗଡ଼ ରେ ଚାଷୀ ଅସନ୍ତୋଷ। ଧାନ ଘିନା ବିକା କେ ନେଇ ଚାଷୀ ଙ୍କର ଭିତରେ ଅସନ୍ତୋଷ ଦେଖବାର କେ ମିଲିଛେ । ଆଏଜ୍ ରାଜରାସ୍ତା କେ ଉତରିଛନ ଚାଷୀ । ଧାନ ବିକ୍ରି ନାଇ ହେବାର ଆର୍ ଟୋକନ୍ ସମସ୍ୟା କେ ନେଇ ଆଜି ରାଜ ରାସ୍ତା ରେ ଧାନ ବସ୍ତା ପକେଇ ଅଭିନବ ପ୍ରତିବାଦ କରିଥିଲେ ଚାଷୀ । ଗୋଡ଼ଭଗା ମଣ୍ଡି ସାମ୍ନା ରେ ଥିବାର ୫୩ ନମ୍ୱର୍ ଜାତୀୟ ରାଜପଥ କେ ୩ ଘଣ୍ଟା ଧରି ବନ୍ଦ କରିଥିଲେ ଚାଷୀ। ବରଗଡ଼ ଜିଲ୍ଲା ର ଗୋଡ଼ଭଗା,ଅତାବିରା ଭିନଭିନ୍ ମଣ୍ଡି ରେ ଧାନ ବିକ୍ରି ଲାଗି ପଡ଼ି ରହିଛେ ହଜାର ହଜାର ବସ୍ତା ଧାନ। ବାରମ୍ବାର ଚାଷୀ ଙ୍କର ଅଭିଯୋଗ ସତ୍ବେ ବି ସ୍ବାଭାବିକ ନାଇ ହେବାର ଧାନ ବିକ୍ରି, ଯାହାକେ ନେଇ ଆଜି ଚାଷୀ ଉତେଜନା ଦେଖବାର କେ ମିଲିଥିଲା । ପୋଲିସ ଆର୍ ଚାଷୀ ଭିତରେ ମୁହାମୁହିଁ ପରିସ୍ଥିତି ବି ଦେଖବାର ମିଲିଥିଲା । ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ ଓ ଭିନଭିନ୍ ପ୍ରଶାସନିକ ଅଧିକାରୀ ପହଞ୍ଚି ଚାଷୀ ଙ୍କର ସାଙ୍ଗେ ଆଲୋଚନା କରି ପ୍ରତିଶୃତି ଦେଇଥିଲେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସବୁ ଚାଷୀ କେ ଟୋକନ୍ ଓ ଜାନୁୟାରୀ ୧୫ ସୁଦ୍ଧା ସବୁ ଧାନ ଉଠବା ବଲି ପ୍ରତିଶୃତି ଦେବାର ଉତାରୁ ରାସ୍ତା ରୁ ହଟିଥିଲେ ଚାଷୀ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!