
ଭୂବନେଶ୍ୱର;୧୦/୧୨(ମୋର୍ ସମିୟା) ବଢ଼ଲା ବିଧାୟକ,ମନ୍ତ୍ରୀ,ବାଚସ୍ପତି ଙ୍କର ଦରମା ଓ ପୂର୍ବତନ ବିଧାୟକ ମାନଙ୍କର ପେନସନ୍ କେ ବୃଦ୍ଧି କଲେ ବିଧାନସଭା ରେ ଅନୁମୋଦନ ଦେଲେ ଓଡ଼ିଶା ସରକାର ।
ଯାହାର ଫଳ ରେ ବାଚସ୍ପତି ଙ୍କର ମାସିକ ଦରମା ପୂର୍ବରୁ ୪୦,୫୦୦ ଟଙ୍କା ଥିବାର ବେଲକେ ବର୍ତ୍ତମାନ ୯୮,୦୦୦ ଟଙ୍କା ବଢ଼ିଛେ । ଉପ ବାଚସ୍ପତି ଙ୍କର ଦରମା ମାସିକ ୩୮,୦୦୦ ଥିବାର ବେଲକେ ଏବେ ୯୪,୦୦୦ କରା ଯାଇଛେ । ପୂର୍ବରୁ ବିଧାୟକ ମାନଙ୍କର ଦରମା ୩୫,୦୦୦ ଟଙ୍କା ଥିବାର ବେଲକେ ଏବେ ସେଟା ବଢ଼ି କରି ୯୦,୦୦୦ ଟଙ୍କା ହେଇଛେ । ତାର ସାଙ୍ଗେ ଭିନଭିନ୍ ଭତ୍ତା କେ ବି ବଢ଼େଇଛନ୍ ସରକାର । କାର୍ ଭତ୍ତା ୧୭,୦୦୦ ଟଙ୍କା ରୁ ୮୯,୦୦୦ ଟଙ୍କା । ଆବାସ ଭତ୍ତା ଦୈନିକ ୧୦୦୦ ଟଙ୍କା ରୁ ୨୦୦୦ ଟଙ୍କା । ବୈଠକ ଭତ୍ତା ୮୦୦ ଟଙ୍କା ରୁ ୨୦୦୦ ଟଙ୍କା । ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଭତ୍ତା ୨୦,୦୦୦ ଟଙ୍କା ରୁ ୭୫,୦୦୦ ଟଙ୍କା । ବିଜୁଳି ଖର୍ଚ୍ଚ ଭତ୍ତା ୫,୦୦୦ ଟଙ୍କା ରୁ ୨୦,୦୦୦ ଟଙ୍କା । ଡ଼ାକ୍ତରୀ ଚିକିତ୍ସା ଭତ୍ତା ୫୦୦୦ ଟଙ୍କା ରୁ ୩୫,୦୦୦ ଟଙ୍କା । ଗାଡ଼ି ଘିନବାର ଲାଗି ୫ ଲକ୍ଷ୍ୟ ରୁ ୧୦ ଲକ୍ଷ୍ୟ ଟଙ୍କା । ମାସିକ ଯାନ ବାହାନ ଭତ୍ତା ୧୫,୦୦୦ ରୁ ୫୦,୦୦୦ ଟଙ୍କା । ମାସିକ ବହି ଘିନବାର ଲାଗି ୨୦୦୦ ରୁ ୧୦,୦୦୦ ଟଙ୍କା । ରାଏଜ୍ ଭିତରେ କାର ଯାତ୍ରା ଲାଗି କିମି ପିଛା ୨୫ ଟଙ୍କା ରୁ ୩୫ ଟଙ୍କା ।
ଓଡ଼ିଶା ରେ ନୂଆ ସରକାର ଆସବାର ପରେ ବିଧାୟକ ମାନଙ୍କର ପେନସନ୍ ଓ ଭତ୍ତା ବୃଦ୍ଧି କେ ନେଇ ଦାବି ହେଇଥିଲା । ସରକାର ବରିଷ୍ଠ ବିଧାୟକ ଭାସ୍କର ମଢେଇ ଙ୍କର ଅଧ୍ୟକ୍ଷତା ରେ ଗୁଟେ ଟିମ୍ ଗଠନ କରିଥିଲେ । କମିଟି ବାଚସ୍ପତି ଙ୍କୁ ରିପୋର୍ଟ ଦେବାର ପରେ କାଲି ବିଧାୟକ,ମନ୍ତ୍ରୀ ମାନଙ୍କର ଦରମା,ପେନସନ ଓ ଭତ୍ତା ବିଲ ଗୃହ ରେ ଅନାଯାଇଥିଲା ଓ ସର୍ବ ସମ୍ମତି କ୍ରମେ ପାରିତ କରା ଯାଇଥିଲା । ସଂସଦୀୟ ଓ ବ୍ୟାପାର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଗୃହ ରେ ବିଲ ଉପସ୍ଥାପନ କରିଥିଲେ ।




