ଅପରାଧତାଜା ଖବର

ପୋଲିସ କେ ଚକମା ଦେଇ କାର ରେ ଦୃତ ଗତି ରେ ଫେରାର ହେଉଥିଲେ ଅପରାଧୀ, ଲାଇନ ଖୁଣ୍ଟା ରେ ପିଟିହେଲା କାର।

ବଲାଙ୍ଗିର ପୋଲିସ କେ ସଫଳତା ।

ବଲାଙ୍ଗିର;୧୦/୧୨(ମୋର୍ ସମିୟା) ଗଲା କାଲି ରାତି ପାଖାପାଖି ୨ ବଜେ ବଲାଙ୍ଗିର ଟାଉନ୍ ପୋଲିସ କେ ସାଲେପାଲି ଛକ୍ ରେ କିଛି ଯୁବକ କାର ରେ ଆସି ଲୋକଙ୍କୁ ଲୁଟପାଟ୍ ହଇରାଣ କରୁଥିବାର ଖବର ପାଇଥିଲା । ଖବର ପାଇ ଘଟଣା ସ୍ଥଳ କେ ପୋଲିସ ପହଞ୍ଚିଥିଲା । ପୋଲିସ ଆସବାର ଦେଖି ଘଟଣା ସ୍ଥଳ ରୁ କାର ( ଓଡ଼ି ୦୩ ୟୁ ୬୨୦୯) ରେ ଦୃତ ଗତି ରେ ଫେରାର ମାରବାର କେ ଚେଷ୍ଟା କରିଥିଲେ ଯୁବକ । ପଛେ ପଛେ ପୋଲିସ ଗାଡ଼ି କୁଦାବାର ନୁ କାର ଭାରସାମ୍ୟ ହରାଇ ସାଲେପାଲି ଛକେ ଥିବାର ଗୁଟେ ଲାଇନ ଖୁଣ୍ଟା କେ ଧକ୍କା ଦେଇଥିଲା । ଗାଡ଼ି ଭିତରେ ଥିବାର ୩ ଜଣ ଙ୍କର ଭିତରୁ ଦୁଇ ଜଣ କେ କାବୁ କରିଥିଲେ ପୋଲିସ । ଆର୍ ଜଣେ ଖସି ପଲାବାର ଥି ସକ୍ଷମ ହେଇଥିଲା । ଦୁଇ ଜଣ କେ ଥାନା କେ ନେଇ ପଚରା ଉଚରା କରୁଛେ ଟାଉନ୍ ପୋଲିସ । ଅଭିଯୁକ୍ତ ମାନେ ପେଶାଦାର ଅପରାଧୀ । କଫସିର ଓ ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଥିବାର ଅଭିଯୋଗ । ବଲାଙ୍ଗିର ସଦର ଥାନା ରେ ଅଭିଯୁକ୍ତ ମାନଙ୍କର ନା ରେ ରହିଛେ ମାମଲା । ଫେରାର ଅଭିଯୁକ୍ତ କେ ଖୁଜୁଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!