
ଭୁବନେଶ୍ୱର;୧୪/୧୨(ମୋର୍ ସମିୟା) ଓଡ଼ିଶା ରେ ବଢ଼ିଥିବାର ବିଧାୟକ ମାନକର୍ ଦରମା କେ ନେଇ ଇହାଦେ ସବୁ ଆଡ଼େ ଚର୍ଚ୍ଚା। ଆର୍ ଇ ଚର୍ଚ୍ଚା ର ସମିୟା ରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କର ପାଖକେ ଲେଖିଛନ ଗୁଟେ ଚିଠି।
ଜେନ ଚିଠି ରେ ନବୀନ ଉଲ୍ଲେଖ କରିଛନ କି ମୋର୍ ବଢ଼ିଥିବାର ଥିବାର ଦରମା ମୁଇ ନାଇ ନିଏ । ମୋର୍ ଦରମା କେ ରାଜ୍ୟ ର ଗରିବ ଦୁଃଖୀ ଲୋକଙ୍କର ସେବା ରେ ଖର୍ଚ୍ଚ କରାଯାଉ। ଗଲା ୨୫ ବଛର ନୁ ଅଧିକା ସମିୟା ମୁଇଁ ଓଡ଼ିଶା ବାସୀ ଙ୍କର ସମର୍ଥନ ଓ ଭଲ ପାଇବା ନୁ ମୁଇ ଧନ୍ୟ ହେଇଛେ । ମୁଇ ଆର୍ ସ୍ୱର୍ଗତ ବାପା ବିଜୁ ପଟ୍ଟନାୟକ ଙ୍କର ପ୍ରତି ରହିଥିବାର ଭଲ ପାଇବର୍ ଲାଗି ଓଡ଼ିଶା ବାସି ଙ୍କର ନେ ମୁଇ ରୁଣି। ପୁର୍ବରୁ ୨୦୧୫ ମସିହା ରେ ଆମର ପରିବାର ପୈତୃକ ସମ୍ପତି କଟକ ରେ ଥିବାର ଆନନ୍ଦ ଭବନ କେ ଓଡ଼ିଶା ଲୋକଙ୍କର ବ୍ୟବହାର ଲାଗି ଦାନ କରବାର ନିଷ୍ପତି ନେଇଥିଲେ । ଆର୍ ଆଜି ମୁଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଅନୁରୋଧ କରୁଛେ କି ମୋର୍ ବଢ଼ିଥିବାର ଭତ୍ତା ଓ ଦରମା କେ ରାଜ୍ୟ ର ଗରିବ ଦୁଃଖୀ ଲୋକଙ୍କର ସେବା ରେ ଲଗାଯାଉ ବଲି ସୋସିଆଲ ମିଡିଆରେ ମୁଖମନ୍ତ୍ରୀ ଙ୍କୁ ଜଣେଇଛନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।




