ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ଶାସ୍ତ୍ରୀନଗର ଛକ ରେ କଣ୍ଟେନର ଧକ୍କା ରେ ସ୍କୁଟି ଆରୋହୀ ଗୁରୁତର ।

ଦୁର୍ଘଟଣା ପରେ ଉତେଜନା ।

ବଲାଙ୍ଗିର;୨୮/୧୨(ମୋର୍ ସମିୟା) ବଲାଙ୍ଗିର ସହର୍ ଭିତରେ ଫେର ଗୁଟେ ଦୁର୍ଘଟଣା । ବଲାଙ୍ଗିର ୨୬ ନମ୍ବର୍ ଜାତୀୟ ରାଜପଥ ର ଶାସ୍ତ୍ରୀନଗର ଛକ ରେ ସଡ଼କ ଦୁର୍ଘଟଣା । ଗୁଟେ ୬ ଚକିଆ କଣ୍ଟେନର ସ୍କୁଟି ଆରୋହୀ କେ ଧକ୍କା ଦେଇଥିବାର ସୂଚନା । ଦୁର୍ଘଟଣା ରେ ସ୍କୁଟି ଆରୋହୀ ଙ୍କର ଗୋଡ଼ ରେ ଗଭୀର ଆଘାତ ହେବାର ନୁ ଭୀମ ଭୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ଦେଖବାର ମିଲିଥିଲା । ରାସ୍ତା ରେ ଟାୟାର ଜାଲି ନୋ ଏନ୍ଟ୍ରି ସମିୟା ରେ ଟ୍ରକ୍ କେନ୍ତା କରି ସହର ଭିତର କେ ଆସଲା ବଲି ପ୍ରଶ୍ନ କରି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକ କେ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ।

ବଲାଙ୍ଗିର ସହର ଭିତରେ ବାରମ୍ବାର ଦୁର୍ଘଟଣା ଘଟୁଛେ ନିରୀହ ଜୀବନ ବି ଯାଉଛେ, ବାରମ୍ବାର ବାଇପାସ୍ ରାସ୍ତା ଦାବି କଲା ସତ୍ୱେ ବି ନାଇ ହେବାର ବାଇପାସ୍ କାମ । ଯାହାକେ ନେଇ ବଲାଙ୍ଗିର ବାସି ଙ୍କର ଭିତରେ ଅସନ୍ତୋଷ ବଢ଼ବାର ରେ ଲାଗିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!