
ବଲାଙ୍ଗିର;୧୫/୦୧(ମୋର୍ ସମିୟା) ଆର୍ ନାଇ ନ ବିଶିଷ୍ଟ କଣ୍ଠଶିଳ୍ପୀ କୁନି ଛତ୍ରିଆ। ଘୁଡୁକା ବଜା ର କଣ୍ଠଶିଳ୍ପୀ ଲାଗି ସେ ଦେଶ୍ ବିଦେଶ ରେ ବେଶ୍ ପରିଚିତ ଥିଲେ । ଆଜି କୁନି ଙ୍କର ଅକାଳ ବିୟୋଗ ଖବର ପାଇ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଲି ଯାଇଛେ। ଗଲା କାଲି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ରେ ତାଙ୍କର ମୃତ୍ୟୁ ହେଇଥିଲା । ମୃତ୍ୟୁ ସମିୟା ରେ ତାହାକୁ ୩୬ ବର୍ଷ ହେଉଥିଲା । ସେ ଅସୁସ୍ଥ ହେବାର ପରେ ତାହାକୁ ପହେଲା ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାର ନୁ ବୁର୍ଲା ଡ଼ାକ୍ତରଖାନା କେ ସ୍ଥାନାନ୍ତର କରା ଯାଇଥିଲା, ଆର୍ ଗଲା କାଲି ତାକର ଅକାଳ ବିୟୋଗ ଘଟିଛେ । ସେ ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳ ରୁ ଆସି ନିଜର କଳା ମାଧ୍ୟମ ରେ ରାଜ୍ୟ ସ୍ତର ରେ ସୁନାମ ଅର୍ଜନ କରିଥିଲେ ।




