
ବଲାଙ୍ଗିର;୧୬/୦୧(ମୋର୍ ସମିୟା) ବଲାଙ୍ଗିର ପୁରୁଣା ପ୍ରାଇଭେଟ୍ ବସ୍ ଷ୍ଟାଣ୍ଡ ପାଖେ ଥିବାର ପେଟ୍ରୋଲ ପମ୍ପ ଭିତର କେ ଢୁକିଗଲା ଧାନ ବୋଝେଇ ଟ୍ରକ୍ (ଓଡ଼ି ୦୩ ଏସି ୮୮୭୭) । ରାସ୍ତା ତରା କେ ଥିବାର ଲାଇନ୍ ଖୁଣ୍ଟା କେ ଧକ୍କା ଦେବାର ପରେ ପେଟ୍ରୋଲ ପମ୍ପ ରେ ଲାଗିଥିବାର ସୁରକ୍ଷା ବାଡ଼ା କେ ଧକ୍କା ଦେଇଥିଲା ଟ୍ରକ୍ । ବିଳମ୍ବିତ ରାତି ରେ ଇ ଦୁର୍ଘଟଣା ହେଇଥିବାର ନୁ ବଞ୍ଚି ଯାଇଛେ ଧନ ଜୀବନ । ରାତି ରେ ନୋ ଏନ୍ଟ୍ରି ଖୁଲବାର ପରେ ସହର ଭିତରେ ଟ୍ରକ ମାନେ ବହୁତ୍ ଦ୍ରୁତ ଗତି ରେ ଯାଉଛେ ଇ ଥିର୍ ଲାଗି ସହର ଭିତରେ ବାରମ୍ବାର ଦୁର୍ଘଟଣା ହେଉଥିବାର କହୁଛନ ଅଞ୍ଚଲବାସି । ଗାଡ଼ି ଚାଲକ ର ଆଖି ଲାଗି ଯାଇଥିବାର ନୁ ଦୁର୍ଘଟଣା ଘଟି ଥିବାର ସୂଚନା । ଦୁର୍ଘଟଣା ରେ ଧକ୍କା ଦେଇଥିବାର ଲାଇନ ଖୁଣ୍ଟା ପଡ଼ି ଯାଇଥିବାର ନୁ ବହୁତ୍ ସମିୟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ପହଞ୍ଚି ମରାମତି କରିଥିଲେ ।




