ତାଜା ଖବର
ପରଲୋକ ରେ ବରଗଡ଼ ଧନୁଯାତ୍ରା ରେ ନନ୍ଦ ରାଜା ଭୂମିକା ରେ ଅଭିନୟ କରୁଥିବାର ସତ୍ୟନାରାୟଣ ପୋଢ଼।
ଚାରି ଆଡ଼େ ଶୋକ ର ଛାୟା।

ବରଗଡ଼;୨୯/୦୧(ମୋର୍ ସମିୟା) ଆର୍ ନାଇ ନ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ନନ୍ଦ ରାଜା ଅଭିନୟ କରୁଥିବାର ସତ୍ୟନାରାୟଣ ପୋଢ଼ । ଆଜି ପହାତିଆ କେ ହୃତଘାତ୍ ରେ ତାଙ୍କର ମୃତ୍ୟୁ ହେଇଥିବାର ସୂଚନା । ମୃତ୍ୟୁ ର ଖବର ପାଇ କଳାକାର ମହଲ ରେ ଶୋକ ର ଛାୟା। ଦୀର୍ଘ ୨୦ ବଛର ଧରି ନନ୍ଦ ରାଜା ଭୂମିକା ରେ ଅଭିନୟ କରି ଦର୍ଶକ ଙ୍କର ମନ୍ ଘିନିଥିଲେ ସତ୍ୟନାରାୟଣ। ପୂର୍ବରୁ ତାଙ୍କର ବାପା ନନ୍ଦ ରାଜା ଭୂମିକା ରେ ନନ୍ଦରାଜା ଭୂମିକା ରେ ଅଭିନୟ କରୁଥିଲେ,ବାପା ଙ୍କର ମୃତ୍ୟୁ ପରେ ପୁଅ ସତ୍ୟନାରାୟଣ ପୋଢ଼ ନନ୍ଦ ରାଜା ଅଭିନୟ ର ଦାୟିତ୍ଵ ତୁଲଉଥିଲେ । ଆଜି ତାଙ୍କର ଅକାଳ ବିୟୋଗ ରେ ସାଧାରଣ ମହଲ ରେ ବି ଶୋକ ର ଛାୟା ଦେଖବାର କେ ମିଲିଛେ । ମୃତ୍ୟୁ ସମିୟା ରେ ତାଙ୍କୁ ୭୦ ବର୍ଷ ହେଉଥିବାର ସୂଚନା । ଧନୁଯାତ୍ରା ର ଜଣେ ଦକ୍ଷ ଓ ପୁରୁଣା କଳାକାର ଓ ଜଣେ ଅବସରପ୍ରାପ୍ତ ଶିକ୍ଷକ ଭାବେ ସେ ବେଶ ପରିଚିତ ।




