ତାଜା ଖବର

କଣ୍ଟାବାଞ୍ଜି ଥାନା ର ପୋଲିସ ଗାଡ଼ି ଧକ୍କା ରେ ଗଲା ବାଇକ ଆରୋହୀ ଙ୍କର ଜୀବନ ।

ଜଣେ ମୃତ ଜଣେ ଗୁରୁତର।

ବଲାଙ୍ଗିର;୦୧/୦୨(ମୋର୍ ସମିୟା) ପୋଲିସ ଗାଡ଼ି ଧକ୍କା ରେ ଜଣେ ମୃତ,ଜଣେ ଗୁରୁତର। ଏନ୍ତା ଗୁଟେ ଘଟଣା ଘଟିଛେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପ ପାଖେ । ଗଲା କାଲି ରାତି ଇ ଦୁର୍ଘଟଣା ରେ ଜଣେ କର ମୃତ୍ୟୁ ହେଇଥିବାର ବେଲକେ ଆର୍ ଜଣେ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି ହେଇଛନ । ମୃତକ ହେଲେ ସିନ୍ଧେକେଲା ଥାନା ଗନ୍ଦର୍ଲା ଗାଁ ର ମୁନା ମହାନନ୍ଦ ଆର୍ ଗୁରୁତର ହେଲେ ସାଲେମଗୁଡ଼ା ଗାଁ ର ଆଶିଷ ସୁନା । କଣ୍ଟାବାଞ୍ଜି ଆଡୁ ବଙ୍ଗୋମୁଣ୍ଡା ଯାଉଥିବାର ପୋଲିସ ଗାଡ଼ି ସାମ୍ନା ଆଡୁ ଆସୁଥିବାର ମଟର ସାଇକେଲ କେ ଧକ୍କା ଦେବାର ନୁ ଘଟଣା ସ୍ଥଳରେ ରେ ହିଁ ମୁନା ଙ୍କର ମୃତ୍ୟୁ ହେଇଥିଲା । କଣ୍ଟାବାଞ୍ଜି ଥାନା ର ପୋଲିସ ଗାଡ଼ି କେ ବଙ୍ଗୋମୁଣ୍ଡା ଥାନା ରେ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!