
ବଲାଙ୍ଗିର;୦୪/୦୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ରେ ଲଜ୍ଜ୍ୟା। ଜଣେ ନବମୀ ଶ୍ରେଣୀ ର ନାବାଳିକା ଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ । ଏନ୍ତା ଗୁଟେ ଘଟଣା ଘଟିଛେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳ ରେ । ସ୍କୁଲ ର ଟ୍ୟୁସନ୍ ସରଲା ପରେ ଛାତ୍ରୀ ଙ୍କୁ ସହପାଠୀ ମାନେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ । ଏଇ ଜଘନ୍ୟ କାଣ୍ଡ ର ଭିଡିଓ ସୋସିଆଲ ମିଡ଼ିଆ ରେ ମୋବାଇଲ ରୁ ମୋବାଇଲ କେ ଯିବାର ପରେ ନାବାଳିକା ଙ୍କର ସମ୍ପର୍କୀୟ ବଲାଙ୍ଗିର ଏସପି ଙ୍କର ଦ୍ୱାରସ୍ଥ ହେଇଥିଲେ । ବଲାଙ୍ଗିର ପୋଲିସ ତତ୍ପରତା ଦେଖେଇ ୫ ଜଣ ନାବାଳକ ସହପାଠୀ ଛାତ୍ର କେ ଅଟକ ରଖି ପଚରା ଉଚରା ମୁଲ କରିଛେ ।




