
ବଲାଙ୍ଗିର;୦୬/୦୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ର ନୂଆପଡ଼ା ଅଞ୍ଚଳ ରେ ରହୁଥିବାର ହରି ବଛା ଙ୍କର ପୁଅ ୧୫ ବର୍ଷୀୟା ଫକୀର ବଛା ଙ୍କର ମିଲା ଝୁଲନ୍ତା ମଲା ଦେହେ । ଫକୀର ପାଠ ଛାଡି କାମଧାମ କରି ଘର୍ ଚଲାବାର ରେ ସହଯୋଗ କରୁଥିଲେ । ଆର୍ କାଲି ବି ଫକୀର କାମ କରି ଯାଉଛେ ବଲି ଘରୁ କହିକରି ଯାଇଥିଲେ, କିନ୍ତୁ ଝୁଲନ୍ତା ଅବସ୍ଥା ରେ ମିଲିଛେ ତାକର ମଲା ଦେହେ । ପରିବାର ଲୋକ ଆନଲେ ହତ୍ୟା ଅଭିଯୋଗ । ନିଶା ଖୁଆଇ ମାଡ଼ ମାରିକରି ଗଛେ ଉଲେଇ ଦେଇଥିବାର କହୁଛନ ପରିବାର ଲୋକେ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ମୁଲ କରିଛେ ।




