ବଲାଙ୍ଗିର;୦୭/୦୨(ମୋର୍ ସମିୟା) ଘର୍ ବାଟେ କଲେଜ ଛାତ୍ରୀ କେ ବିଅର୍ ବୋତଲ ଆର୍ ବ୍ଲେଡ଼ ଥି ମରଣାନ୍ତକ ଆକ୍ରମଣ। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ର ଟଙ୍କ ରଣା ଙ୍କର ଝିଅ କେ ଆକ୍ରମଣ କରିଥିବାର ଅଭିଯୋଗ । ଘର୍ ପଛାଡ କେ ଯୁଏ ଆନି ଯାଇଥିବାର ସମିୟା କେ କିଛି ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିବାର ସୂଚନା । ଝିଅ ର ରଡ଼ି ଶୁନିକରି ଦଉଡ଼ି ଆସିଥିଲେ ପରିବାର ଲୋକେ । ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଯୁବତୀ ଙ୍କ ର ବେକେ ଆର୍ ମୁଡେ ଗଭୀର ଆଘାତ ହେଇଥିବାର ସୂଚନା ।କିନ୍ତୁ ଘଟଣା ର କାରଣ କାଣା ଏବେବି ଅସ୍ପଷ୍ଟ ରହିଛେ । ଯୁବତୀ ଜଣକ ସେ ବ୍ୟକ୍ତି ମାନଙ୍କୁ ନାଇ ଚିହ୍ନି କହୁଥିବର୍ ବେଲକେ, ଖବର ପାଇ ଘଟଣା ର ତଦନ୍ତ ମୁଲ କରିଛେ ବଙ୍ଗୋମୁଣ୍ଡା ପୋଲିସ ।
Related Articles
Check Also
Close




