
ସୋନପୁର;୦୮/୦୨( ମୋର୍ ସମିୟା) ବରଗଡ଼ ରୁ ସୋନପୁର କଫସିରଫ ଚାଲାଣ ହେଉଥିବାର ସମିୟା ରେ ଲକ୍ଷାଧିକ ଟଙ୍କା ର କଫସିରଫ ଜବତ କଲା ରାମପୁର ପୋଲିସ । ସୋନପୁର ଜିଲ୍ଲା ରାମପୁର ଥାନା ସାହାଜବାହାଲ ପଡିଆ ନୁ ଗୁଟେ କାର ଆର୍ ଗୁଟେ ପିକପ ଭେନ୍ ନୁ ୯ ହାଜର ବୋତଲ କଫସିରଫ ସାଙ୍ଗେ ଜଣେ କେ ଗରିଫ କରିଛେ ରାମପୁର ପୋଲିସ । ପୋଲିସ କେ ବିଶେଷ ସୂତ୍ର ରୁ ମିଲିଥିଲା ଖବର, ପୋଲିସ ର ଚଢ଼ାଉ ସମିୟା ରେ ୩ ଜଣ ଫେରାର ମାରିଥିବାର ବେଲକେ ବରଗଡ଼ ସତଲମା ଅଞ୍ଚଳ ର ଗୁଲସନ୍ ସାହୁ କେ ଗିରଫ କରିଛେ ପୋଲିସ । ଜବତ୍ କଫସିରଫ ର ଆନୁମାନିକ ମୂଲ୍ୟ ୯ ଲକ୍ଷ୍ୟ ଟଙ୍କା ରୁ ଅଧିକ ହେବାର ସୂଚନା । ଦୁଇ ଗାଡ଼ି ଆର୍ ଜଣେ କେ ଗିରଫ କରି ପୋଲିସ ମୁଲ କରିଛେ ତଦନ୍ତ । କେନୁ କେନ୍ କେ କଫସିରଫ ଚାଲାଣ ହେଉଥିଲା ଆର୍ ଇତାର ପଛାଡେ କାହାର କାହାର ହାତ ଅଛେ, ଆଉ କେତେ ଥର୍ ଚାଲାଣ ହେଇଛେ କେଁ ? ଇ ସବୁଦିଗେ ପୋଲିସ ଆରମ୍ଭ କରିଛେ ତଦନ୍ତ ।




