ତାଜା ଖବର
ପୂର୍ବତନ୍ ସମ୍ବଲପୁର ବିଧାୟିକା ତଥା ବିଶିଷ୍ଟ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଙ୍କର ପରଲୋକ ।
ଚାରି ଆଡ଼େ ଶୋକ ର ଛାୟା।

ସମ୍ବଲପୁର;୧୬/୦୨(ମୋର୍ ସମିୟା) ପୂର୍ବତନ୍ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଙ୍କର ପରଲୋକ । ସ୍ନାୟୁ ଜନିତ ରୋଗ ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ ରାସେଶ୍ୱରୀ । ଆଜି ସକାଳୁ ଅବସ୍ଥା ସଙ୍କଟାପନ୍ନ ଥିବାର ଖବର ସାମ୍ନା କେ ଆସିଥିଲା । ଆର୍ ଆଜି ରାତି ପ୍ରାୟ ୮.୫୦ ମିନିଟ ରେ ତାଙ୍କର ପରଲୋକ ହେଇଛେ। ମୃତ୍ୟୁ ସମିୟା ରେ ତାହାକୁ ୭୯ ବର୍ଷ ହେଉଥିଲା । ୨୦୧୪-୧୯ ତକ୍ ବିଜୁ ଜନତା ଦଳ ରୁ ଟିକେଟ ପାଇ ସମ୍ବଲପୁର ବିଧାୟିକା ହେଇଥିଲେ । ସେ ଜଣେ ଦକ୍ଷ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର ରେ କାର୍ଯ୍ୟରତ ଥିଲେ । ଜଣେ ନାରୀ ନେତ୍ରୀ ସାଙ୍ଗେ ସମାଜସେବୀ ହିସାବରେ ସମ୍ବଲପୁର ଅଞ୍ଚଳ ରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ରାସେଶ୍ୱରୀ । ଆଜିର ତାଙ୍କର ବିୟୋଗ ରେ ସାରା ସମ୍ବଲପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛେ ।




