
ବଲାଙ୍ଗିର;୧୯/୦୨(ମୋର୍ ସମିୟା) ଆଜି ନୁ ମୁଲ ହେଲା ମେଟ୍ରିକ୍ ପରୀକ୍ଷା। ରାଜ୍ୟ ରେ ପରୀକ୍ଷା ଦଉଛନ୍ ୫ ଲକ୍ଷ୍ୟ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ । ସକାଲ ର ୯ ବଜେ ନୁ ପରୀକ୍ଷା ମୁଲ ହେଇକରି ୧୧.୩୦ କେ ସରବା ପରୀକ୍ଷା । ଆଜି ପରୀକ୍ଷା ର ପହେଲା ଦିନ ମାତୃଭାଷା ( ଓଡ଼ିଆ ) ଭାଷା ରେ ପରୀକ୍ଷା ଦେଉଛନ ଛାତ୍ର ଛାତ୍ରୀ। ୩ ହଜାର ୮୨ ଟା ପରୀକ୍ଷା କେନ୍ଦ୍ର ରେ ଚାଲିଛେ ପରୀକ୍ଷା । ସବୁ ପରୀକ୍ଷା କେନ୍ଦ୍ର ମାନକେ ସିସିଟିଭି ନଜର ରେ ରଖା ଯାଇଛେ। ଇ ଥର ରାଏଜେ ୪ ହଜାର ଭିନ୍ନକ୍ଷମ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବାର ବେଲକେ ତାକର ଲାଗି ଅଧିକା ୫୦ ମିନିଟ୍ ସମିୟା ଦିଆଯିବ ।
ଫେବୃଆରୀ ୧୯ ରୁ ପରୀକ୍ଷା ମୁଲ ହେଇକରି ମାର୍ଚ୍ଚ ୨ ତାରିଖ ତକ୍ ଚାଲବା । ଗଣିତ ପରୀକ୍ଷା ଦିନ ଛାତ୍ର ଛାତ୍ରୀ କେ ଅଧିକା ସମିୟା ଦିଆହେବା,ପରୀକ୍ଷା ୯ ବଜେ ନୁ ମୁଲ ହେଇକରି ୧୧.୪୫ ରେ ସରବା।
ବଲାଙ୍ଗିର ରେ ମୋଟ ୧୬୮ ପରୀକ୍ଷା କେନ୍ଦ୍ର ରେ ୨୪ ହଜାର ୯୧ ଜଣ ଛାତ୍ର ଛାତ୍ରୀ ଦେଉଛନ ପରୀକ୍ଷା । କଡ଼ା ସୁରକ୍ଷା ରେ ନୋଡାଲ ସେଣ୍ଟର ନୁ ପ୍ରଶ୍ନପତ୍ର ଆନିକରି ଚାଲିଛେ ପରୀକ୍ଷା ।
ପରୀକ୍ଷା ସୂଚୀ;
୧୯/୦୨/୨୬ – ଓଡ଼ିଆ
୨୧/୦୨/୨୬ – ଇଂରାଜୀ
୨୩/୦୨/୨୬ – ସଂସ୍କୃତ/ ହିନ୍ଦୀ
୨୫/୦୨/୨୬ – ସାଧାରଣ ବିଜ୍ଞାନ
୨୭/୦୨/୨୬- ସାମାଜିକ ବିଜ୍ଞାନ
୦୨/୦୩/୨୬ – ଗଣିତ




