ବଲାଙ୍ଗିର;୨୪/୦୨(ମୋର୍ ସମିୟା) ଫେର ଥରେ ବଲାଙ୍ଗିର ଜିଲ୍ଲା ରେ ଅଲୋଡ଼ା ଶିଶୁ କନ୍ୟା । ବଲାଙ୍ଗିର ଜିଲ୍ଲା ପୁଡ଼ାପାଲି ଗାଁ ର ଜୋର୍ ତଲୁ ନବଜାତ ଶିଶୁ କନ୍ୟା ର ମଲା ଦେହେ ଉଦ୍ଧାର । ଆଜି ସକାଳୁ ଗାଁ ଲୋକେ ଶୌଚ ହେବାର କେ ଯାଇଥିବାର ବେଲକେ ଶିଶୁକନ୍ୟା ପଡ଼ିଥିବାର ଦେଖିଥିଲେ । ପରେ ପୁଇଁନ୍ତଲା ପୋଲିସ କେ ଖବର ଦେଇଥିଲେ । ପୁଇଁନ୍ତଲା ପୋଲିସ ଆର୍ ଅଗ୍ନିଶମ ବାହିନୀ ଆସି ନବଜାତ ଶିଶୁ କନ୍ୟା ର ମଲା ଦେହେ କେ ଉଦ୍ଧାର କରିଥିଲେ । କିଏ ଆର୍ କଣା ହେଲା ଜେ ଏନ୍ତା କାମ କଲା ସେଟା ଏବେତକ୍ ଅସ୍ପଷ୍ଟ ରହିଛେ । ଶିଶୁକନ୍ୟା କେ ଉଦ୍ଧାର ପରେ ମଲା ଦେହେ କେ ଭୀମ ଭୋଇ ଡାକ୍ତରଖାନା କେ ନିଆଯାଇଛେ।




