ତାଜା ଖବର

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଢ଼ୀବାହାଲ ଗାଁ ଛକ ରେ ଦୁର୍ଘଟଣା, ସଲା, ଭେନେଇ ର ମୃତ୍ୟୁ ।

ତୁରେକେଲା ପୋଲିସ ପହଞ୍ଚି ମଲା ଦେହେ ଜବତ କରିଛେ ।

ବଲାଙ୍ଗିର;୨୬/୦୨(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଢ଼ୀବାହାଲ ଗାଁ ଛକ ରେ ଦୁର୍ଘଟଣା । ଦୁର୍ଘଟଣା ରେ ଚାଲିଗଲା ଦୁଇ ସଲା, ଭେନେଇ ର ଜୀବନ । ମୃତକ ମାନେ ହେଲେ ଡୁମେରଚୁଆଁ ଗାଁର ବେଦ ପୁଝାରୀ ଆର୍ ହରେଶ ମାଝି । ଦୁଇ ସଲା ଭେନେଇ ମଟର ସାଇକେଲ ରେ ଘର୍ କେ ଫୁରୁଥିବାର ସମିୟା ରେ ଘଟିଛେ ଦୁର୍ଘଟଣା । ରାତି ନୁ ଦୁର୍ଘଟଣା ଘଟିଥିବାର ବେଲକେ ପାଖେ ଥିବାର ଡୁଲି ରେ ପଡ଼ିଥିଲେ ସଲା ଭେନେଇ, ସକାଲୁ ସାଙ୍ଗେ ଯାଇଥିବାର ଛୋଟ ଛୁଆ ର କାନ୍ଦି ସୁନି ରାସ୍ତା ରେ ଯାଉଥିବାର ଲୋକ ଦୁର୍ଘଟଣା ଘଟି ଥିବାର ଜାଣିଥିଲେ । ପରେ ସେ ଛୋଟ୍ ଛୁଆ କେ କଣ୍ଟାବଞ୍ଜି ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ପଠାଯାଇଥିଲା । କେନ୍ତା କରି ଦୁର୍ଘଟଣା ଘଟଲା ଏତେବେଲ ତକ୍ ଜଣା ନାଇ ପଡ଼ିଥିବାର ବେଲକେ ଘଟଣା ସ୍ଥଳରେ ତୁରେକେଲା ଥାନା ପୋଲିସ ପହଞ୍ଚି ମଲା ଦେହେ ଜବତ କରିଛେ । କେନ୍ତା କରି ଦୁର୍ଘଟଣା ଘଟଲା ତାର ତଦନ୍ତ କରୁଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!