ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ

ଚେତାବନୀ ଦେଲେ ଏକତା ମଞ୍ଚର ବିଦ୍ୟୁତ କର୍ମଚାରୀ ସମାଧାନ୍ କର ନି ହେଲେ ଅନିର୍ଦ୍ଧିଷ୍ଟକାଲ୍ ଲାଗି ଆନ୍ଦୋଲନ୍ ହେବା ।

ଚୁପ୍ ରହିଛନ୍ ପ୍ରଶାସନ ଆରୁ ଅଧିକାରୀ

ବଲାଙ୍ଗୀର;୦୩/୦୩(ମୋର୍ ସମିୟା)ବଲାଙ୍ଗୀର ସହରର୍ ପେଲେସଲାଇନ ଠାନେ ଥିବାର ବିଦ୍ୟୁତ୍ ଅଧିକ୍ଷଣ ଯନ୍ତ୍ରୀଙ୍ ଙ୍କର୍ ଅଫିସ୍ ସାମ୍ନା ରେ ବିଦ୍ୟୁତ୍ କର୍ମଚାରୀ ଏକତା ମଞ୍ଚ ର ଧାରନା ଆରୁ ବିକ୍ଷୋଭ। ଏକତା ମଞ୍ଚ ତରଫ ରୁ ହିରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘର୍ ଉପ ସଭାପତି ଶ୍ରୀ ପବିତ୍ର ଖୁଣ୍ଟିଆ ଙ୍କର୍ ନେତୃତ୍ଵରେ ଶହ ଶହ ବିଦ୍ୟୁତ କର୍ମଚାରୀ ଧାରନା ରେ ସାମିଲ ହୋଇଥିଲେ। ଟିପିଡବ୍ଲୁଓଡିଏଲ୍ ର ମନମୁଖି କାମ୍ କେ ଶ୍ରୀ ଖୁଣ୍ଟିଆ ଘୋର ନିନ୍ଦା କରିଥିଲେ। ୧୧ ତମ ମଜୁରୀ ନିର୍ଦ୍ଧାରନ୍ ର ନୁଆ ଦରମା ଲାଗୁ ସାଙ୍ଗେ ଅନୋମାଲିର ବାକି ଥିବାର ସବୁ କେ ସାଙ୍ଗେ ସାଙ୍ଗ ଦେବାର ଲାଗି ଆଜି ନୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ସାମ୍ନା ରେ ସକାଲର୍ ୧୦ ନୁ ୧୧ ବାଜେ ତକ୍ ଧାରନା ଦେବାର୍ ସାଙ୍ଗେ ଆସବାର୍ ଦିନେ ଦାବୀ ପୁରା ନି ହେଲେ ୭ ତାରିଖରୁ ସକାଲର୍ ୧୦ ବଜେ ନୁ ସଂନ୍ଧ୍ଯା ୫ ବଜେ ତକ୍ ଅନିର୍ଦ୍ଦିଷ୍ଟ କାଲ୍ ଲାଗି ଧାରନା ଆରୁ ବିକ୍ଷୋଭ କରବାର୍ ଲାଗି ଚେତାବନୀ ଦେଇଛନ୍ ।
ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଧାରନା ଆରୁ ବିକ୍ଷୋଭ ରେ ପଶ୍ଚିମାଞ୍ଚଲ୍ ବିଦ୍ୟୁତ ଶ୍ରମିକ ମହା ସଂଘର୍ ଶ୍ରୀ ଜ୍ୟୋତିରଞ୍ଜନ ମହାନ୍ତି ତଥା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବଲାଙ୍ଗିର ଡିଭିଜନ ସଂପାଦକ ଉଦ୍ଧବ କରନ,ବରିଷ୍ଠ ଲାଇନମ୍ୟାନ କଷ୍ଠୁ ବେହେରା,ଅମୀତ ପଶାୟତ,ସମ୍ବିତ ପଣ୍ଡା,ପଦ୍ମନ ଡାକୁଆ,ସୁରେନ୍ଦ୍ର ସେଟ୍,ବିଜୟ ମହାପାତ୍ର,ଲଲିତ ଦାଶ,ରାହୁଲ ନାଏକ,ଅମିତାଭ ଦାଶ,ପ୍ରଶାନ୍ତ ଖଟୁଆ,ଗୋକୁଲ ହାତୀ,ସୁନୀଲ ବାରିକ,ସୂର୍ଯ୍ୟକାନ୍ତ ଦାଶ,କୈଲାସ ବିଶ୍ବାଲ,ସୁରେଶ ଭୋଇ,ତ୍ରିଲୋଚନ ସାହୁ, କମଲାକାନ୍ତ ରାଉତ,କିଶୋର ବେହେରା,ଶ୍ରୀଧର ପଣ୍ଡା,ଅଶୋକ ସାହୁ,ରମେଶ ସାହୁ,ଶେଷବିନ୍ଦୁ ପ୍ରଧାନ,ହରିହର ପଧାନ ପ୍ରମୁଖ ବିଦ୍ୟୁତ କର୍ମଚାରୀ ଉପସ୍ଥିତ୍ ରହିଥିଲେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!