ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ

କଥା ଦେଇକରି କଥା ରଖ୍ ଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

ଲାଞ୍ଜିଗଡ଼କେ ମିଲଲା ଏବେ ଶବ ବୁହା ଆମ୍ବୁଲାନ୍ସ

ଲାଞ୍ଜିଗଡ଼,୦୪/୦୩(ମୋରସମୀୟା):କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଆରୁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କର ଅଫିସ୍ ସାମ୍ନାଥି ରାଜ୍ୟସଭା ସାଂସଦ ସୁଜିତ୍ କୁମାରଙ୍କର୍ ଅନୁଦାନ୍ ଆଡ଼ୁ ଦୁଇଟା ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛେ। ସାଂସଦ ଶ୍ରୀ କୁମାର ମୁଖ୍ୟଅତିଥି ଭାବେ ଆସିକରି ସବୁଜ ରଙ୍ଗର୍ ପତାକା ଦେଖେଇ କରି ଶୁଭାରମ୍ଭ କରିଥିଲେ।
ଲୋକାର୍ପିତ ହେଇଥିବାର୍ ଦୁଇଟା ଆମ୍ବୁଲାନ୍ସ ଭିତରୁ ଗୋଟେ ଆଦିବାସୀ ଅଧ୍ୟୁଷିତ୍ ଲାଞ୍ଜିଗଡ଼ ବ୍ଲକ ଆର୍ ଗୁଟେ କେସିଙ୍ଗା ବ୍ଲକର ଜନସାଧାରଣଙ୍କର ସେବା ଜୁଗାବା ।ଇ କାର୍ଯ୍ୟକ୍ରମନେ ସାଂସଦଙ୍କର୍ ସାଙ୍ଗେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ନିହାରେନ୍ଦ୍ର ପଣ୍ଡା,ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଲେଇ ଆଉ ଅନ୍ୟମାନେ ବି ଅତିଥି ଭାବେ ଯୋଗ୍ ଦେଇଥିଲେ।

ସୂଚନାଯୋଗ୍ୟ ଆଏ ଯେ’ଗଲା ୨୦୨୧-୨୨ ମସିହାନେ ସାଂସଦ ଶ୍ରୀ କୁମାର ଦୁଇଟା ଆମ୍ବୁଲାନ୍ସ ପାଇଁ ନିଜର ପାଣ୍ଠିରୁ ୧୮ ଲାଖ୍ ଟଙ୍କା ମଞ୍ଜୁର କରିଥିବାର ବେଲେ ଭିନ୍ ଭିନ୍ ନିନ୍ଦା ଦେଖେଇ ସ୍ୱାସ୍ଥ୍ୟ ବିଭାଗ ଦୁଇ ବରଷ୍ ପତେ ସେ ପଏସାକେ ଚାପି ରଖିଥିଲା।ସେ ସମିଆଥି ଗଲା ନଭେମ୍ବର ମାସେ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରନେ କୁମଖାଲ୍ ପଞ୍ଚାୟତ୍ ପୁନିଗୁଡ଼ା ଗାଁର୍ ଜଣେ ଟୁକିଲ୍ ର ଚିକିତ୍ସାଧୀନ ଭାବେ ତାର୍ ମୃତ୍ୟୁ ଘଟ୍ ବାର୍ ଆଉ ଆମ୍ବୁଲାନ୍ସ ଅଭାବରୁ ମଟର ସାଇକେଲଥି ମଲାଦିହି ବୁହାହେବାର୍ ଘଟନାକେ ନେଇଁ ଅଞ୍ଚଳଥି ଭିନ୍ ଭିନ୍ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ତାପରେ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର୍ ବାଗଙ୍କର୍ ନେତୃତ୍ବନେ ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ୍ ସମୁହ ତରଫନୁ ଖର୍ଚ୍ଚ ନାଇହେଇ ପଡ଼ି ରହିଥିବାର ସାଂସଦ ପାଣ୍ଠି ବିନିଯୋଗ୍ କରି ଆମ୍ବୁଲାନ୍ସ କିଣାନାଇଁଗଲେ ଜୋରଦାର୍ ଆନ୍ଦୋଳନ କରାଯିବା ବୋଲି କରି ଚେତାବନୀ ଦିଆଯାଇଥିଲା।
ତାର୍ ପରେ ତାଙ୍କର ନେତୃତ୍ୱରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକେ ସାମ୍ବାଦିକ ସମୁହ ତରଫନୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କର୍ ଜରିଆରେ ଗୋଟେ ଦାବିପତ୍ର ଦିଆଯାଇଥିଲା।ଇତାର୍ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର୍ ଚେତା ପଶ୍ ବାର୍ ସାଙ୍ଗେ ଟିକେ ଚଞ୍ଚଳ ହେଇଥିଲେ। ସାମ୍ବାଦିକ ସମୁହ ଆଉ ସାଂସଦ ପ୍ରତିନିଧିଙ୍କର ଉପସ୍ଥିତିନେ ଗତ ନଭେମ୍ବର ୧୯ ତାରିଖ ଦିନେ ସ୍ୱାସ୍ଥ୍ୟ ବିଭାଗ ଗୋଟେ ମିଟିଙ୍ଗ ଡକେଇ ଇତାର ସମାଧାନ ପାଇଁ ଆଲୋଚନା କରିଥିଲା।ସେ ମିଟିଙ୍ଗର ନିଷ୍ପତ୍ତି ପରେ ଆମ୍ବୁଲାନ୍ସ କିଣାଯାଇ ଆଜିର୍ ଲୋକାର୍ପିତ କରାଯାଇଛେ ।ଇହାଦେ ଲାଞ୍ଜିଗଡ଼ ଆଉ କେସିଙ୍ଗା ଅଞ୍ଚଲ୍ ର ଲୁକେ ଖୁସି ହେଉଥିବାର୍ ବେଲେ ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସମୁହର ଉଦ୍ୟମକେ ସଭେ ପ୍ରଶଂସା କରିଛନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!