ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ବରଗଡ଼ ଅତାବିରା ରେ ଚଡ଼କ ନେଲା ୨ ଟା ଜୀବନ ।
ଖେତୁ ଘର୍ କେ ଆସଲା ବେଲେ ମାରଲା ଚଡ଼କ ।

ବରଗଡ଼;୨୯/୦୫(ମୋର୍ ସମିୟା) ବରଗଡ଼ ଜିଲ୍ଲା ରେ ଅଦିନିଆ ବର୍ଷା,ଚଡ଼କ ଚାଷ କରିଥିବାର ଧାନ କେ ଖଏତ୍ କରି ଚାଷୀ କେ କନ୍ଦଉ ଥିବାର ବେଲକେ ଆଏଜ୍ ବରଗଡ଼ ଜିଲ୍ଲା ଅତାବିରା ରେ ବର୍ଷା ସାଙ୍ଗେ ଘିଡଘିଡ୍ ଚଡଚଡ୍ ହେଇଥିଲା ଆର୍ ଇ ଚଡ଼କ ନେଇ ଯାଇଛେ ୨ ଜଣଙ୍କର୍ ଜୀବନ । ଅତାବିରା ବ୍ଲକ୍ ଖଇରପାଲି ଗାଁ ର ଶାନ୍ତି ଛତ୍ରିଆ ଆର୍ ଟୋପ ଗାଁର୍ ଯଶୋଦା ମଲ୍ଲିକ ଙ୍କର ମୃତ୍ୟୁ ଘଟିଛେ । ଦୁହେ କେ ଖେତ୍ ନୁ ଉଦ୍ଧାର କରି ଅତାବିରା ଡ଼ାକ୍ତରଖାନା କେ ନେଲା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଯଶୋଦା ତାକର ସ୍ବାମୀ ଲାଗି ଖେତ୍ କେ ଭାତ୍ ନେଇ ଦେବାର୍ ସମିୟା ରେ ମାରିଥିଲା ଚଡ଼କ । ଚଡ଼କ ମରାରେ ଅତାବିରା ଅଞ୍ଚଳ ର ଦୁଇ ଜଣ ମହିଳା ଙ୍କର ଜୀବନ ଯିବାର ନୁ ଅଞ୍ଚଳ ରେ ଶୋକ ର ଛାୟା ଖେଲି ଯାଇଛେ । ବାରମ୍ବାର ଲୋକ କେ ସଚେତନ କଲା ପରେ ବି ନାଇ ମାନବାର ଲୋକ, ଚଡ଼କ ବର୍ଷା ରେ ଘରୁ ବାହାର୍ କେ ଯାଇକରି ଆର୍ ଗଛ ତଲେ ଲୁକିକରି ଯାଉଛେ ଲୋକଙ୍କର ଜୀବନ ।